ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏକ ମାଈ ହାତୀର କଙ୍କାଳ ଠାବ କରିଛି l
ସୂଚନା ମୁତାବକ, ଶୁକ୍ରବାର ସକାଳ ୯ଟା ସମୟରେ ନୂଆଁଡ଼ିହି ଫରେଷ୍ଟର ଗୋଲଖ ପଟ୍ଟା ସଦଳବଳେ
ପାଟ୍ରୋଲିଂ କରୁଥିବାବେଳେ ଗୋଗୁଆ ସଂରକ୍ଷିତ ଜଙ୍ଗଲରେ ଏକ କଙ୍କାଳସାର ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ଦେବଗଡ଼ ଡିଏଫଓଙ୍କୁ ଏ ବାବଦରେ ସୂଚନା ଦେଇଥିଲେ I ଡିଏଫଓ ରଶ୍ମୀ ଜଣେ, ଏସିଏଫ ସାଧୀନତା ସାହାଣୀ ଓ ଅରୁଣ ବେହେରା, ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ I ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ମାଈ ହାତୀର କଙ୍କାଳସାର ହୋଇଥିବା ଅନୁମାନ କରିଥିଲେ I ଏବଂ ଉକ୍ତ କଙ୍କାଳ ଓ ଦେହାବଶେଷକୁ ଭୁବନେଶ୍ବର ଓୟୁଏଟିସ୍ଥିତ ସିଡବ୍ଲ୍ୟୁଏଚକୁ ଅଧିକ ତଥ୍ୟ ପ୍ରାପ୍ତ ପାଇଁ ପଠାଇଥିବା ବନବିଭାଗ ତରଫରୁ ସୂଚନା ଦିଆଯାଇଛିI

 

Dharitri – Odisha’s No.1 Odia Daily