Categories: ଜାତୀୟ

ଶାହା, ସୋନିଆଙ୍କୁ ସୁରକ୍ଷା ଦେବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ, ୨୩ା୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ସିଆର୍‌ପିଏଫ୍‌ର ମହିଳା କମାଣ୍ଡୋ। ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜାନୁୟାରୀର ଦ୍ୱିତୀୟ ସପ୍ତାହରୁ ୩୨ ମହିଳା କମଣ୍ଡୋଙ୍କୁ ଜେଡ୍‌ ପ୍ଲସ୍‌ କାଟାଗୋରୀ ସିକ୍ୟୁରିଟି ପାଇଥିବା ଭିଆଇପିଙ୍କ ଘରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ। କେତେଜଣଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଘରେ ମଧ୍ୟ ଦାୟିତ୍ୱ ତୁଲାଇବେ। ଆବଶ୍ୟକପଡ଼ିଲେ ମହିଳା ସୁରକ୍ଷାକର୍ମୀଙ୍କୁ ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ବିଧାନସଭା ନିର୍ବାଚନରେ ମଧ୍ୟ ଭିଆଇପିଙ୍କୁ ସୁରକ୍ଷା ଦେବେ ବୋଲି ଅଧିକାରୀ ଜଣକ କହିଛନ୍ତି।

Share