ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ନୂଆପଡ଼ା ଗ୍ରାମ ଚରିଆପଡ଼ା ସାହିର ଝୁମୁରି ବେହେରା। କେସ୍‌ ନଂ ନଂ.୩୫୩/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ସେଠାରେ କେହି ମହିଳା ଜେଲ ଓ୍ବାର୍ଡର ନ ଥିବାରୁ ତାଙ୍କୁ ରାତିରେ ବ୍ରହ୍ମପୁର ଜେଲ ହାଜତକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୨ ତାରିଖ ଭୋର୍‌ ସମୟରେ ନାରାୟଣଙ୍କ ରକ୍ତାକ୍ତ ମୃତଦେହ ନଦୀପଠାରେ ପଡ଼ିଥିବା କିଛି ବ୍ୟକ୍ତି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ନାରାୟଣଙ୍କ ପୁଅ ଶିବ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ହତ୍ୟା ଘଟଣାର ୫ ଦିନ ପୂର୍ବେ ନାରାୟଣ ଝୁମୁରିଙ୍କ ଘରେ ପଶି ତାଙ୍କ ଝିଅଙ୍କୁ ଅସଦାଚରଣ କରିଥିଲେ। ନାବାଳିକାଙ୍କ ମା’ ଘରକୁ ଫେରିବା ପରେ ଝିଅ ସବୁ କଥା ତାଙ୍କୁ କହିଥିଲେ। ନାବାଳିକାଙ୍କ ପରିବାର ଲୋକେ ନାରାୟଣଙ୍କୁ ଘଟଣା ପଚାରିବା ସହ ମାଡ଼ ମାରିଥିଲେ। ନାବାଳିକାଙ୍କ ମା’ ଏନେଇ ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମରେ ରହୁଥିବା ତାଙ୍କ ସାନଭାଇ ଶୁଭରାଜ ବେହେରାଙ୍କୁ ଜଣାଇଥିଲେ। ଭାଣିଜୀଙ୍କୁ ଘରେ ପଶି ଅସଦାଚରଣ କରିଥିବା ନାରାୟଣଙ୍କୁ ଶୁଭରାଜ ହତ୍ୟା କରିବା ପାଇଁ ତାଙ୍କ ସାଙ୍ଗ ନୂଆପଡ଼ା ଗ୍ରାମର ଶଙ୍କର ବେହେରାଙ୍କ ସହ କଥା ହୋଇ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଅକ୍ଟୋବର ୧୧ ତାରିଖ ସନ୍ଧ୍ୟାରେ ଉଭୟେ ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ମିଶି କଥା ହେବା ପରେ ଚିକିଟି ଧାନଘର ଛକ କୁ ବାଇକରେ ଯାଇଥିଲେ। ସେଠାରେ ରାତ୍ରି ଭୋଜନ ସାରି ଉଭୟେ ବାଇକ୍‌ରେ ନୂଆପଡ଼ା ଗ୍ରାମ ନିକଟ ଧାନ୍ୟରାଶି ଶିବମନ୍ଦିରରେ ରାତି କଟାଇଥିଲେ। ଶୁଭରାଜଙ୍କ ଭଉଣୀ ନୂଆପଡ଼ା ଗାଁର ଝୁମୁରି ବେହେରା ରାତି ପ୍ରାୟ ୩ଟାରେ ଭାଇ ଶୁଭରାଜଙ୍କୁ ଜଣାଇଥିଲେ। ନାରାୟଣ ନଦୀପଠାରେ ଥିବା ତାଙ୍କ ବଗିଚାରେ ପହଞ୍ଚି ପୂଜା ପାଇଁ ଫୁଲ ତୋଳିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶୁଭରାଜ ଏବଂ ଶଙ୍କର ନାରାୟଣଙ୍କୁ ଅତର୍କିତ ଭାବେ କାତିରେ ହାଣି ଦେଇଥିଲେ। ତାଙ୍କ କଟା ଯାଇଥିବା ବାମ ହାତକୁ ଉଭୟେ ଘଟଣାସ୍ଥଳଠାରୁ ପ୍ରାୟ ୧୨୪ ଫୁଟ ଦୂରରେ ଫିଙ୍ଗି ବାଇକ୍‌ ଯୋଗେ ବ୍ରହ୍ମପୁର ଚାଲି ଯାଇଥିଲେ। ସେଠାରୁ ସେମାନେ ଫେରାର ହୋଇଯାଇଥିଲେ। ପୂର୍ବରୁ ତଦନ୍ତକାରୀ ଅଧିକାରୀ ଶଙ୍କରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଶୁଭରାଜ ଦିଗପହଣ୍ଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଉଭୟେ ଦିଗପହଣ୍ଡି ସବ୍‌ ଜେଲରେ ବିଚାରାଧୀନ ଅନ୍ତେବାସୀ ଭାବେ ରହୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri