ଅଲିମ୍ପିକ୍ସ ମଇଦାନରେ ହୋଇଗଲା ପ୍ରେମ, ସ୍ବର୍ଣ୍ଣ ପଦକ ପାଉ ପାଉ ମିଳିଗଲା ବିବାହ ପ୍ରସ୍ତାବ

ପ୍ୟାରିସ୍‌,୩।୮:ଅଲିମ୍ପିକ୍ସରେ ଜାରି ରହିଛି ଖେଳାଳିଙ୍କ ଜଲୱା । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପ୍ରତି ଖେଳାଳିଙ୍କ ସ୍ବପ୍ନ । କିନ୍ତୁ ସେଇ ପଦକ ଜିତିବା ପରେ ଯଦି ଜୀବନ ରାସ୍ତାରେ ଚାଲିବାକୁ ପୁରୁଷ ବନ୍ଧୁଟିଏ ଯଦି ଲାଇଭ୍‌ ଅର୍ଥାତ୍‌ ସାରା ବିଶ୍ୱ ଆଗରେ ପ୍ରପୋଜ କରିଦିଏ ତେବେ ଖୁସି କହିଲେ ନ ସରେ।

ଏଭଳି ଘଟଣା ଦେଖିବାକୁ ମିଳିଛି ଅଲିମ୍ପିକ୍ସରେ। ଜଣେ ମହିଳା କାରମ ଖେଳାଳି ସ୍ବର୍ଣ୍ଣ ପଦକ ଜିତିବା ପରେ ଅନସ୍ପଟ ବିବାହ ପାଇଁ ପ୍ରପୋଜାଲ ମିଳିଛି। ଏପରି ଘଟଣା ସାରାବିଶ୍ୱକୁ ତାଜୁବ କରିଦେଇଛି। ଚାଇନାର ମହିଳା ଖେଳାଳି ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁନା ଜିତିବା ପରେ ହଠାତ୍‌ ତାଙ୍କ ପୁରୁଷ ସାଥୀ ଅର୍ଥାତ୍‌ ସାଥୀ ଖେଳାଳି ତାଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ। ଯେଉଁଥିରେ ତାଙ୍କର ଖୁସିର ସୀମା ରହି ନ ଥିଲା।

ସୂଚନା ଥାଉ କି, ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଚାଇନାର ବ୍ୟାଡମିଣ୍ଟନ ଖେଳାଳି ହୁଆଙ୍ଗ ୟ କିଓନଗ ସ୍ବର୍ଣ୍ଣ ପଦକ ହାତେଇଥିଲେ । ଯାହା ପରେ ସେ ତାଙ୍କ ସାଥୀ ଖେଳାଳି ତାଙ୍କୁ ଅନସ୍ପଟ ପ୍ରପୋଜ କରିଥିଲେ । ମିକ୍ସଡ ଡବଲ୍ସ ଇଭେଣ୍ଟରେ ହୁଆଙ୍ଗ, ଜେଙ୍ଗ ସିୱାଇଙ୍କ ସହ ଦକ୍ଷିଣ କୋରିଆର କିମ ୱନ ହୋ ଏବଂ ଜୋଙ୍ଗ ନା ୟୁନଙ୍କୁ ୨୧-୮,୨୧-୧୧ରେ ପରାସ୍ତ କରିଥିଲେ ।

ଏହି ସମୟରେ ତାଙ୍କୁ ସୁନା ପଦକ ପିନ୍ଧାଯାଇଥିଲା । ତେବେ ପଦକ ମିଳିବାର କିଛି କ୍ଷଣ ମଧ୍ୟରେ ହୁଆଙ୍ଗଙ୍କୁ ଚାଇନାର ଅନ୍ୟ ଜଣେ ବ୍ୟାଡମିଣ୍ଟନ ସାଥୀ ଲି ୟୁଚେନଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ହୁଆଙ୍ଗ କହିଛନ୍ତି,ଏହି ପ୍ରସ୍ତାବ ମୋ ପାଇଁ ଥିଲା ଆଶ୍ଚର୍ଯ୍ୟଜନକ । କାରଣ ମୁଁ ଖେଳ ପରେ ସେଲିବ୍ରେସନ ମୁଡ୍‌ରେ ଥିଲି । ମୁଁ ଜଣେ ଅଲିମ୍ପିକ ଚାମ୍ପିଅନ ସେଥିପାଇଁ ବିବାହ ପ୍ରସ୍ତାବ ପୁଣି ସାରା ବିଶ୍ୱ ଆଗରେ ଅନସ୍ପଟ ପାଇବା ଯାହା ମୋ ଆଶ୍ଚର୍ଯ୍ୟ ବାହାରେ ଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri