ଫି’ ଆଦାୟ ହେଉଛି, ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର,୭ା୪(ସ୍ମୃତିରଞ୍ଜନ ମହାଲିକ)ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ପକ୍ଷରୁ ନିଜସ୍ବ ସ୍ଥାନରେ ଏକ ପାର୍କ ନିର୍ମାଣ କରାଯାଇଛି, ଯେଉଁଠାରେ ବ୍ୟାୟାମ ଉପକରଣ ଓ ଶିଶୁଙ୍କ ଖେଳିବା ନିମନ୍ତେ କ୍ରୀଡ଼ା ଉପକରଣ ରହିଛି। ଏଥିସହ ଆଲୋକୀକରଣ ବ୍ୟବସ୍ଥା ଓ ଚାଲିବା ପାଇଁ ପେଭର ବ୍ଲକ ରାସ୍ତା ନିର୍ମାଣ କରାଯାଇଛି। ଉକ୍ତ ପାର୍କରେ ସକାଳେ ଓ ସନ୍ଧ୍ୟାରେ ଭିଡ଼ ହେଉଛି। ବ୍ରହ୍ମପୁର ସହରରେ ବିଇଡିଏର ୧୦୦ରୁ ଊର୍ଦ୍ଧ୍ୱ ପାର୍କ ରହିଛି। ହେଲେ ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଦେଖାଯାଉଛି। ଫଳରେ ବ୍ୟାୟାମ ଉପକରଣ ସହ ପିଲାଙ୍କ ଖେଳ ସାମଗ୍ରୀଗୁଡିକ ଖରାପ ହୋଇ ପଡ଼ିଛି। ଏପରିକି ମହାନଗର ନିଗମର ୧୪ନଂ. ୱାର୍ଡ ଅନ୍ତର୍ଗତ ଜଗନ୍ନାଥବିହାର ପାର୍କରେ ସନ୍ଧ୍ୟାରେ ଜଣ ପିଛା ୫ ଟଙ୍କା ଲେଖାଏ ପ୍ରବେଶ ଫି’ ଆଦାୟ କରାଯାଉଛି। ଏହି ଅର୍ଥ ପାର୍କ ରକ୍ଷଣାବେକ୍ଷଣରେ ବିନିଯୋଗ କରାଯାଉଥିବା ବିଇଡିଏ ପକ୍ଷରୁ କୁହାଯାଉଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳୁନି।
ଜଗନ୍ନାଥବିହାର ପାର୍କଟି ୨୦୧୭ ଏପ୍ରିଲ ୨ରେ ଲୋକାର୍ପିତ ହୋଇଥିଲା। ପାର୍କରେ ବିଭିନ୍ନ ବ୍ୟାୟାମ ଉପକରଣ ସହ ପିଲାଙ୍କ ନିମନ୍ତେ ବିଭିନ୍ନ କ୍ରୀଡ଼ା ସାମ୍ରଗୀ ରହିଛି। ପାର୍କଟି ସକାଳ ୬ରୁ ୮ଟା ଓ ସନ୍ଧ୍ୟା ୬ରୁ ୮ଟା ଯାଏ ଖୋଲାଯାଇଥାଏ। ବିଇଡିଏ ପକ୍ଷରୁ ସେଠାରେ ୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଠାରେ ସନ୍ଧ୍ୟାରେ ପ୍ରବେଶ ଫି’ ଆଦାୟ କରାଯାଉଥିଲେ ମଧ୍ୟ ରକ୍ଷଣାବେକ୍ଷଣ କରାଯାଉନି। ପ୍ରବେଶ ପଥରେ ଥିବା ଟିଣଛାତଟି କଳଙ୍କି ଲାଗି ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ବର୍ଷାଦିନେ ଉକ୍ତ ଛାତରୁ ପାଣି ଗଳୁଛି। କର୍ମଚାରୀମାନେ ଉକ୍ତ ଟିଣଛାତ ତଳେ ରହିବା ସମ୍ଭବ ହେଉନାହିଁ। ପାର୍କରେ ଥିବା ଦୋଳି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ତାହାର ମରାମତି ମଧ୍ୟ କରାଯାଉନି। ସେହିପରି ବ୍ୟାୟାମ ଉପକରଣଗୁଡ଼ିକ ମଧ୍ୟ ଖରାପ ହୋଇଯାଇଛି। ସେଠାରେ ସୋଲାର ଆଲୋକୀକରଣ ବ୍ୟବସ୍ଥା ରହିଥିଲେ ମଧ୍ୟ ଦୀର୍ଘଦିନ ଧରି ସେସବୁ ଖରାପ ହୋଇ ପଡ଼ିଛି। ପାର୍କଟି ସମ୍ପୂର୍ଣ୍ଣ ଅନ୍ଧାର ହୋଇ ରହୁଥିବା ବେଳେ ଛୋଟ ଶିଶୁମାନେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପାର୍କ ପରିସରରେ ସାୈନ୍ଦର୍ଯ୍ୟକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସେଠାରେ କାର୍ଯ୍ୟରତ କର୍ମଚାରୀଦ୍ୱୟ ଏସବୁ ସମସ୍ୟା ନେଇ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି। ଆମୋଦପ୍ରମୋଦ ନିମନ୍ତେ ପାର୍କ ନିର୍ମାଣ କରାଯାଉଛି ସତ କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ ବିଇଡିଏର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ପାର୍କର ରକ୍ଷଣାବେକ୍ଷଣ ନିମନ୍ତେ ସରକାରଙ୍କ ପକ୍ଷରୁ ଟଙ୍କା ଆସୁଥିଲା। ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଯାହାଦ୍ୱାରା ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ପାର୍କରୁ ଆଦାୟ ହେଉଥିବା ଅର୍ଥରେ ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରୁ ନ ଥିବା ସେ କହିଛନ୍ତି। କିନ୍ତୁ ଅଚଳ ଓ ଭାଙ୍ଗିଯାଇଥିବା ସାମଗ୍ରୀଗୁଡ଼ିକର ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri