ଫେଡେକ୍ସ ଚିଫ୍‌

ରାଜ୍‌ ସୁବ୍ରମଣ୍ୟମ୍‌

କୋରିୟର ବିତରଣ ସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ‘ଫେଡେକ୍ସ’ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ ଆମେରିକୀୟ ରାଜ୍‌ ସୁବ୍ରମଣ୍ୟମଙ୍କ ନାମ ଘୋଷଣା କରାଯାଇଛି। ସେ ଆସନ୍ତା ଜୁନ୍‌ରେ ଫ୍ରେଡେରିକ୍‌ ଡବ୍ଲ୍ୟୁ ସ୍ମିଥ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ ଯେ, ଫେଡେକ୍ସ ଦୈନିକ ୧୬ ମିଲିୟନ ଶିପ୍‌ମେଣ୍ଟସ୍‌ (ଜାହାଜରେ ଦ୍ରବ୍ୟ ପ୍ରେରଣ) କରି ଏକ ବୃହତ୍‌ ସପ୍ଲାଏ ଚେନ୍‌ ଜରିଆରେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚୁଥିବାରୁ ଏହା କୋରିୟର ବିତରଣ ସେବା କ୍ଷେତ୍ରରେ ବିଶ୍ୱରେ ଏକ ଈର୍ଷଣୀୟ ସ୍ତରରେ ପହଞ୍ଚତ୍ପାରିଛି। ଏଭଳି ଏକ ସଂସ୍ଥାର ସିଇଓ ହେବା ନେଇ ଖବର ପ୍ରସାରିତ ହେବା ପରେ ରାଜ୍‌ଙ୍କ ପିତା ତଥା କେରଳର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସି. ସୁବ୍ରମଣ୍ୟମ୍‌ ଓ ମାତା ତଥା ନିଶ୍ଚେତକ ଡାକ୍ତର ବି. କମଳାମାଲ୍‌ ଖୁସି ବ୍ୟକ୍ତି କରିଛନ୍ତି। ଏହି ଅବସରରେ ପୁଅର କ୍ୟାରିୟର କଥା ପିତା ମନେ ପକାଇଛନ୍ତି। ହାଇଦ୍ରାବାଦରେ ସିଆର୍‌ପିଏଫ୍‌ରେ ଡେପୁଟେଶନରେ ଥିବା ସମୟରେ ମୁମ୍ବାଇରେ ରାଜ୍‌ ଯୁକ୍ତ ୨ ପଢ଼ୁଥିବା ବେଳେ ତାଙ୍କ ନିକଟକୁ ସେ ଯାଇଥିଲେ। ଯେହେତୁ ପିତା ସର୍ବଭାରତୀୟ ସେବାର ଅଧିକାରୀ ଥିଲେ ତାଙ୍କ ପୁଅ ସିଭିଲ୍‌ ସର୍ଭିସକୁ କ୍ୟାରିୟର କରୁ ବୋଲି ଚାହୁଁଥିଲେ। ସେଥିପାଇଁ ପୁଅକୁ ମଧ୍ୟ ଉପଦେଶ ଦେଇଥିଲେ। ହେଲେ ରାଜ୍‌ କହିଥିଲେ ଯେ ସେହି ଚାକିରି ପ୍ରତି ସେ ଆଗ୍ରହୀ ନୁହନ୍ତି, କାରଣ ଆଗାମୀ ଯୁଗ ପ୍ରଯୁକ୍ତିବିଦ୍ୟାର ବୋଲି ପିତାଙ୍କୁ ଜଣାଇ ଦେଇଥିଲେ। ଏହା ପରେ ପୁଅର ପସନ୍ଦ ଉପରେ ପିତା କ୍ୟାରିୟର ଗଢ଼ିବା ଲାଗି ଛାଡ଼ିଦେଇଥିଲେ। ଆଜି ଯେତେବେଳେ ପୁଅ ବିଶ୍ୱର ଜଣାଶୁଣା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ନିଜ ନାମକୁ ସ୍ଥାନିତ କରିବାରେ ସକ୍ଷମ ହୋଇଛନ୍ତି, ସେଥିରେ ମାତାପିତାଙ୍କ ସହ ଭାରତୀୟମାନେ ଗର୍ବ ଅନୁଭବ କରିବା ସ୍ବାଭାବିକ।
କେରଳର ଥିରୁଭାନନ୍ତପୁରମ୍‌ରେ ଜନ୍ମିତ ରାଜ୍‌ ସ୍ଥାନୀୟ ଲୋୟଲା ସ୍କୁଲରେ ପଢ଼ି ରାଜ୍ୟର ଆଇସିଏସ୍‌ଇ ଟପ୍ପର ହୋଇଥିଲେ। ପରେ ବମ୍ବେ ଆଇଆଇଟିରେ କେମିକାଲ ଇଞ୍ଜିନିୟରିଂ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଭଳି ମେଧା ସକାଶେ ତାଙ୍କୁ ଜାମ୍‌ଶେଦ୍‌ଜୀ ଟାଟା ସ୍କଲାରଶିପ୍‌ ମିଳିବାରୁ ସେ ଆମେରିକାର ସାଇରାକ୍ୟୁସେ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ ପଢ଼ିବାର ସୁଯୋଗ ପାଇଥିଲେ। ଏହା ପରେ ସେ ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ିବାକୁ ଚାହିଁଲେ। କିନ୍ତୁ ତାଙ୍କୁ ଏହି ଡିଗ୍ରୀ କରିବା ଲାଗି ସମ୍ପୂର୍ଣ୍ଣ ଅର୍ଥ ପଇଠ କରିବାକୁ କୁହାଯାଇଥିଲା। ସେ ତାହା ଦେବାରେ ଅକ୍ଷମ ହୋଇଥିଲେ। ପ୍ରଚଣ୍ଡ ପ୍ରତିଭା ଥିଲେ ମଧ୍ୟ ଅର୍ଥ ତାଙ୍କ ପାଇଁ ବାଧକ ସାଜିଥିଲା। ହେଲେ ତାଙ୍କ ପ୍ରଫେସର ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ ପଦବୀଟିଏ ଯାଚି ସେଥିରୁ ଅର୍ଜିତ ଅର୍ଥରେ ଏମ୍‌ବିଏ ପଢ଼ିବାକୁ ସୁଯୋଗ ଦେଇଥିଲେ।
ରାଜ୍‌ଙ୍କ ଫେଡେକ୍ସରେ ଚାକିରି ପାଇବାର ମଧ୍ୟ ଏକ କ୍ଷୁଦ୍ର କାହାଣୀ ଅଛି। ଏମ୍‌ବିଏ ଡିଗ୍ରୀ ସାରି ରାଜ୍‌ ବିବାହ କରିବା ଲାଗି ଚେନ୍ନାଇ ଆସିଥିଲେ। ସେହି ସମୟରେ ଫେଡେକ୍ସ ଅଧିକାରୀମାନେ ତାଙ୍କ ବିଶ୍ୱବିଦ୍ୟାଳୟକୁ କ୍ୟାମ୍ପସ୍‌ ରିକ୍ରୁଟିମେଣ୍ଟ କରିବାକୁ ଆସିଥିଲେ। ସେଠାରେ ଯେଉଁ ବିଦ୍ୟାର୍ଥୀଙ୍କୁ ସେ ପସନ୍ଦ କରିଥିଲେ ସେ ଚାକିରିରେ ଯୋଗଦେବାକୁ ମନା କରିଥିଲେ। କାରଣ ତାଙ୍କର ଭାରତ ଫେରିବାର ଥିଲା। ଏ କଥା ରାଜ୍‌ ଜାଣିବା ପରେ ଫେଡେକ୍ସରେ ଇଣ୍ଟରଭ୍ୟୁ ଦେବା ନିମନ୍ତେ ନିଜ ଆଗ୍ରହ ଦେଖାଇଥିଲେ। ଏବଂ ସେଥିରେ ସେ କୃତକାର୍ଯ୍ୟ ହୋଇଥିଲେ।
ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଆଜି ରାଜ୍‌ଙ୍କୁ କମ୍ପାନୀର ଶୀର୍ଷରେ ପହଞ୍ଚାଇପାରିଛି। ୨୦୨୦ରେ ସେ ଫେଡେକ୍ସ ବୋର୍ଡ ଅଫ୍‌ ଡାଇରେକ୍ଟର୍ସକୁ ନିର୍ବାଚିତ ହୋଇଥିଲେ। ଫେଡେକ୍ସ ବୋର୍ଡ ଗଭର୍ନାନ୍ସ, ସେଫ୍ଟି ଆଣ୍ଡ୍‌ ପବ୍ଲିକ୍‌ ପଲିସି କମିଟି ମୁଖ୍ୟ ଡାଭିଡ୍‌ ଷ୍ଟେଇନର କହନ୍ତି, ରାଜ୍‌ ହେଉଛନ୍ତି ମେଧାଯୁକ୍ତ ବାସ୍ତବ ବ୍ୟକ୍ତି। ବ୍ୟବସାୟକୁ ଆଗକୁ ନେବାରେ ରଣନୀତି ଓ କାର୍ଯ୍ୟାନ୍ବୟନକୁ ଦେଖିଲେ ରାଜ୍‌ଙ୍କ ବିଶ୍ୱ ସ୍ତରୀୟ ୩୦ ବର୍ଷର ଅଭିଜ୍ଞତା ଫେଡେକ୍ସକୁ ମଧ୍ୟ ଅନେକ ସଫଳତା ଦେଇଛି ବୋଲି ଡାଭିଡ୍‌ କହିଛନ୍ତି।
ବାସ୍ତବରେ କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ଯୋଗୁ ରାଜ୍‌ ଏବେ ନୂଆ ପିଢ଼ି ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ତାଙ୍କ ସାଂସାରିକ ଜୀବନ କହିଲେ ସହଧର୍ମିଣୀ ଉମା ଆଇଆଇଏମ୍‌ ଅହମ୍ମଦାବାଦର ପୂର୍ବତନ ଛାତ୍ରୀ। କୌତୂହଳର କଥା ହେଉଛି, ତାଙ୍କ ପରିବାର ତିନି ଜଣ ସଦସ୍ୟ ମଧ୍ୟ ଫେଡେକ୍ସରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ହେଲେ ରାଜ୍‌ଙ୍କ ଅଧୀନରେ ଉମା କାର୍ଯ୍ୟ କରିବା ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ବା କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାବି ଚାକିରିରୁ ଇସ୍ତଫା ଦେଇଥିଲେ। ତାଙ୍କ ଭାଇ ରାଜୀବ ସୁବ୍ରମଣ୍ୟମ୍‌ ମଧ୍ୟ ଏହାର ଆଇଟି ଡିଭିଜନ୍‌ରେ କାର୍ଯ୍ୟ କରନ୍ତି। ତେବେ ରାଜ୍‌ଙ୍କ ପୁଅ ଅର୍ଜୁନ ରାଜେଶ ଇ-କମର୍ସ ଡିଭିଜନ୍‌ରେ କାମ କରୁଥିଲେ। ଉଚ୍ଚଶିକ୍ଷା କରିବା ଲାଗି ମନସ୍ଥ କରିବା ପରେ ସେଠାରୁ ଇସ୍ତଫା ଦେଇଥିଲେ। ଏବେ ପିତା ସି. ସୁବ୍ରମଣ୍ୟମ୍‌ କହିଛନ୍ତି, କୋଭିଡ୍‌-୧୯ ଭୂତାଣୁ ପ୍ରାଦୁର୍ଭାବ ଦେଖା ଦେବା ପୂର୍ବରୁ ରାଜ୍‌ ଥିରୁଭାନନ୍ତପୁରମ୍‌ ଆସିଥିଲେ। ଆସନ୍ତା ମେ’ରେ ସେ ସମ୍ଭବତଃ ଆସିବା ଲାଗି କହିଛନ୍ତି। ଆମ୍ଭେ ସମସ୍ତେ ତାଙ୍କୁ ଦେଖିବା ଲାଗି ଅପେକ୍ଷା କରି ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri