ଡରିଲେନି ପ୍ରଧାନମନ୍ତ୍ରୀ: ପୁଅସହ ଗଲେ ଆଇସ୍‌କ୍ରିମ ଖାଇବାକୁ

ଓଟାଓ୍ବା,୨୫।୬: କରୋନା ମହାମାରୀର ସଂକ୍ରମଣକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ନିୟମ ଜାରି କରାଯାଇଥିଲା। ହେଲେ ଏବେ ଅଧିକାଂଶ ଦେଶରେ ଏହି ନିୟମରେ କୋହଳ କରାଗଲାଣି। ଏହି ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କରୋନା ମହାମାରୀକୁ ଭୟ ନ କରି ନିଜ ପୁଅଙ୍କୁ ସାଙ୍ଗରେ ଧରି ଆଇସକ୍ରିମ ଖାଇବାକୁ କ୍ୟୁବେକ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ପାର୍ଲରେ ପହଞ୍ଚିଥିବା ଦେଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ୬ ବର୍ଷର ପୁଅ ହୈଡ୍ରିୟନ ଗେଟେନ୍ୟୁରେ ଚକଲେଟ ଫେବରିସ ଦୋକାନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଟ୍ରୁଡୋ ପୁଅ ହୈଡ୍ରିୟନଙ୍କୁ କୁକିଜ ଟପିଙ୍ଗ ଥିବା ଭାନିଲା ଆଇସ୍‌କ୍ରିମ ଦେବା ସହ ନିଜେ ମଧ୍ୟ ଏକ ଭାନିଲା ଆଇସ୍‌କ୍ରିମ ନେଇ ସେଠାରେ ଥିବା ଏକ ଖୋଲା ସ୍ଥାନକୁ ଯାଇ ଏହାର ମଜା ଉଠାଇଥିଲେ।

Share