Categories: ଜାତୀୟ

ଏନ୍‌କାଉଣ୍ଟର ଭୟ, ହାତ ଟେକି ଥାନାରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟର…

ଲକ୍ଷ୍ନୌ,୯।୮: ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଭୟ ଘାରିଛି। ଶାମଲି ଅଞ୍ଚଳରେ ଗ୍ୟାଙ୍ଗଷ୍ଟରମାନେ ଆତ୍ମସମର୍ପଣ କରିବା ସହିତ ହାତ ଉଠାଇ ଥାନାରେ ପହଞ୍ଚିଛନ୍ତି। ଏହା ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗ୍ୟାଙ୍ଗଷ୍ଟର ଆକ୍ଟ ଅନ୍ତର୍ଗତ ରାମଡ଼ା ଗ୍ରାମର ଅହସାନ୍‌, ଗୁଫରାନ୍‌, ଏରଫାନ୍‌ ଏବଂ ଜୁଲଫାନ୍‌ଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ତେବେ ସେମାନେ ଏନ୍‌କାଉଣ୍ଟର ଭୟରେ ପୋଲିସ କଷ୍ଟଡ଼ି ମଧ୍ୟରେ ହାତ ଟେକି ଥାନାରେ ପହଞ୍ଚିଥିବା ସିଓ ଜିତେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଆଉ କୌଣସି ଅପରାଧ କରିବେ ନାହିଁ ବୋଲି ପୋଲିସ ନିକଟରେ କହିଛନ୍ତି। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share