Posted inUncategorized

ଭୟ କମିଲା: ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଚଳିତବର୍ଷ ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଭୟ ସମ୍ପୂର୍ଣ୍ଣ ଟଳି ନ ଥିବାରୁ ଅନ୍ୟ ସ୍କୁଲରେ ପରୀକ୍ଷା ହେଲେ ଛାତ୍ରୀଛାତ୍ରଙ୍କ ରହିବା ଓ ଯାତାୟାତରେ ସମସ୍ୟା ଦେଖାଯାଇପାରେ। ତେଣୁ ଏଥର ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେବାର ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସେହିପରି ଏଥର ମାଟ୍ରିକ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଚଳିତ ବର୍ଷ ୧୦୦ମାର୍କ ପରିବର୍ତ୍ତେ ୮୦ମାର୍କର ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ସମୟ ଅଢ଼େଇ ଘଣ୍ଟା ପରିବର୍ତ୍ତେ ୨ଘଣ୍ଟା କରାଯାଇଛି। ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ପରୀକ୍ଷା ଦେଲେ ମଧ୍ୟ ସେହି ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ।
ସୂଚନାଯୋଗ୍ୟ, କରୋନା ପାଇଁ ମାର୍ଚ୍ଚରୁ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଥିବାବେଳେ ଗତ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲା ଯାଇଛି। ସେମାନଙ୍କର ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ମଧ୍ୟ ପାଠପଢ଼ା ହେଉଛି। କରୋନା କଟକଣା ମଧ୍ୟରେ ଏସ୍‌ଓପି ପାଳନ କରି ସ୍କୁଲଗୁଡ଼ିକରେ ପାଠପଢ଼ା ହେଉଛି। ମେ’ ୩ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ପ୍ରାୟ ୬ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ସେପଟେ ନିଜ ସ୍କୁଲରେ ପରୀକ୍ଷା ହେଲେ କପି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। କପି ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି କୁହାଯାଉଛି।

ବର୍ତ୍ତମାନ କରୋନାର ଭୟାବହତା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ନିଜ ସ୍କୁଲରେ ପିଲାମାନେ ମାଟ୍ରିକ ପରୀକ୍ଷା ଦେବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଫର୍ମ ଫିଲପ୍‌ ସରିବା ପରେ ପ୍ରକୃତରେ କେତେ ସେଣ୍ଟରରେ ପରୀକ୍ଷା ହେବ ତା’ର ସ୍ପଷ୍ଟ ଚିତ୍ର ଆସିବ।
– ସମୀର ରଞ୍ଜନ ଦାଶ, ମନ୍ତ୍ରୀ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। କରୋନା ଆତଙ୍କ ଏବେ ବି ଟଳି ନାହିଁ। ଏଭଳି ସମୟରେ ଛାତ୍ରୀଛାତ୍ରମାନେ ଅନ୍ୟ ସ୍କୁଲ ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ। ତେଣୁ ଗଣଶିକ୍ଷା ବିଭାଗ ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଇଛି ବୋଲି ଆମେ ଭାବୁଛୁ। ତେବେ ନିଜ ସ୍କୁଲରେ ପରୀକ୍ଷା ହେଲେ କପି ହେବାର ସମ୍ଭାବନା ରହିଛି। କପିକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଯେଉଁ ସ୍କୁଲରେ ପରୀକ୍ଷା ହେଉଥିବ, ସେଠାରେ ଅନ୍ୟ ସ୍କୁଲର ଶିକ୍ଷକଙ୍କୁ କପିକୁ ରୋକିବା ପାଇଁ ନିୟୋଜିତ କରନ୍ତୁ। କାରଣ ସ୍ଥାନୀୟ ବାସିନ୍ଦା ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଧମକାଇ କପି ଦେବା ପାଇଁ ଚେଷ୍ଟା କରିବେ।
– ବାସୁଦେବ ଭଟ୍ଟ, ଅଧ୍ୟକ୍ଷ,
ଓଡ଼ିଶା ଅଭିଭାବକ ମହାସଂଘ
ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିଜ ବିଦ୍ୟାଳୟରେ ହେବା ଜାଣିବା ପରେ ଖୁସି ଲାଗୁଛି। ନିଜ ସ୍କୁଲରେ ପରୀକ୍ଷା ହେବାଦ୍ୱାରା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଏଥିସହ ନୂତନ ପରୀକ୍ଷା କେନ୍ଦ୍ର, ଅପରିଚିତ ସ୍ଥାନରେ ପରୀକ୍ଷା ଦେବାକୁ ନେଇ ମନରେ ରହିଥିବା ଭୟ ମଧ୍ୟ ଦୂର ହେବ। ସେହିପରି ଅନ୍ୟ ବିଦ୍ୟାଳୟରୁ ଶିକ୍ଷୟିତ୍ରୀଶିକ୍ଷକ ପରୀକ୍ଷା ନିରୀକ୍ଷକ ଭାବେ ଆସିବା ଦ୍ୱାରା ପରୀକ୍ଷା ପରିଚାଳନାରେ ମଧ୍ୟ ସ୍ବଚ୍ଛତା ଆସିବ। ସରକାରଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ।
– ଆଶୀର୍ବାଦ ପରିଡ଼ା,
ରେମୁଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର।
ନିଜ ବିଦ୍ୟାଳୟରେ ଏଥର ମାଟ୍ରିକ ପରୀକ୍ଷା ପିଲାମାନେ ଦେବାନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ପୂର୍ବରୁ ବାହାର ସ୍କୁଲରେ ପିଲାମାନଙ୍କ ସେଣ୍ଟର ପଡ଼ୁଥିଲା। ଏଥିପାଇଁ ଯିବାଆସିବାରେ ମଧ୍ୟ ସମୟ ନଷ୍ଟ ହେଉଥିଲା। ପରୀକ୍ଷା ସମୟରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ମୂଲ୍ୟବାନ। ତେଣୁ ନିଜ ସ୍କୁଲରେ ପରୀକ୍ଷା ହେଲେ ପିଲାମାନେ ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ ପାରିବେ। କରୋନା ଯୋଗୁ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି। କମ୍‌ ସମୟ ଥିତ୍ବାରୁ ପାଠ୍ୟକ୍ରମ ମଧ୍ୟ ହ୍ରାସ କରାଯାଇଛି। ଯାହାର ସୁଫଳ ଆମେମାନେ ପାଇପାରିବୁ ଏବଂ ଭଲ ରେଜଲ୍ଟ କରିପାରିବୁ ବୋଲି ଆଶା କରୁଛୁ।
– ଶ୍ରେୟା ନନ୍ଦ,
ବୁଢାରଜା ସରକାରୀ ସ୍କୁଲ
ସରକାରଙ୍କ ନିଷ୍ପତ୍ତିରେ ମୁଁ ବହୁତ ଖୁସି। ଆମ ସ୍କୁଲ ପରିବେଶ ବିଷୟରେ ଆମେ ପୂର୍ବରୁ ଅବଗତ ଅଛୁ ଏବଂ ପରୀକ୍ଷା ସମୟରେ ସୁବିଧାରେ ପହଞ୍ଚିପାରିବୁ। ଅନ୍ୟ ସ୍ଥାନରେ ସେଣ୍ଟର ପଡ଼ିଥିଲେ କରୋନା ପରିସ୍ଥିତିରେ ଯିବା ଏବଂ ରହିବାରେ ଅସୁବିଧା ହୋଇଥାନ୍ତା।
– ଶାଶ୍ୱତୀ ରଥ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାୟତ୍ରୀ ନଗର, ରାୟଗଡ଼ା
କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଛି। ଏବେ ବି ଭୟ ଛାଡ଼ିନି। ଅନ୍ୟ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିଲେ ସ୍ବାସ୍ଥ୍ୟ ସତର୍କତା ନେଇ ଦ୍ୱନ୍ଦ୍ୱ ରହିଥାନ୍ତା। ଏହାର ପ୍ରଭାବ ପରୀକ୍ଷା ଫଳ ଉପରେ ପଡ଼ିଥାଆନ୍ତା। ଏବେ ନିଜ ସ୍କୁଲରେ ପରୀକ୍ଷା ହେବ। ଘର ନିକଟ ହୋଇଥିବାରୁ ସତର୍କତା ଅବଲମ୍ବନ କରିବାରେ ସୁବିଧା ହେବ। ଭୟ ମଧ୍ୟ କମିବ। ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ।
– ସୁଧାଂଶୁ ଶେଖର ମିଶ୍ର,
ନୂଆ ଭୁବନ ହାଇସ୍କୁଲ, ଢେଙ୍କାନାଳ
କରୋନା ସମୟରେ ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେଇଥିଲେ ସାମାଜିକ ଦୂରତା ବଜାୟ କଷ୍ଟ ହୋଇଥାନ୍ତା। ପରିବାରବର୍ଗ ମଧ୍ୟ ଏଥିରେ ଚିନ୍ତିତ ଥିଲେ। ଏବେ ଭୟ ଦୂର ହୋଇଛି। ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା ନେଇ ସରକାରଙ୍କ ଘୋଷଣା ବାସ୍ତବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ସାମାଜିକ ଦୂରତାକୁ ବଜାୟ ରଖି ପରୀକ୍ଷା କରାଯିବା ସମସ୍ତଙ୍କ ପାଇଁ ସୁବିଧା ହେବ।
– ତୃପ୍ତିମୟୀ ସାମଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡୋମାଳ, ଯାଜପୁରରୋଡ
ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ଅନ୍ୟ କୌଣସି ସ୍କୁଲକୁ ଯିବାକୁ ପଡ଼ିବନି। ଏହା ଜାଣିବା ପରେ ମନରୁ କେତେକାଂଶରେ କରୋନା ଓ ପରୀକ୍ଷା ଭୟ ଦୂର ହୋଇଛି। ଦୀର୍ଘମାସ ଧରି ସ୍କୁଲ ବନ୍ଦ ଥିବାରୁ ପାଠପଢ଼ା ପ୍ରଭାବିତ ହୋଇଛି। ଅନ୍ୟ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲେ ସେଠାକୁ ଯିବାଆସିବା ନିମନ୍ତେ ସମୟ ଅପଚୟ ହୋଇଥାନ୍ତା। ଆମ ସ୍କୁଲରେ ପରୀକ୍ଷା ହେଉଥିବାରୁ ଏହି ସମସ୍ୟା ହେବନାହିଁ।
– ଶ୍ୟାମ ଶରଣ ବେହେରା, ସିଟି ହାଇସ୍କୁଲ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri