ଆବର୍ଜନା ଗଦାରୁ ଅଜଣା ରୋଗର ଭୟ

ଭୁବନେଶ୍ୱର, ୬।୧୧ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରେ ଅଳିଆର ପାହାଡ଼ ଜମା ହୋଇଛି। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି। ପୂର୍ବରୁ ସହରରୁ ବାହାରୁଥିବା ଅଳିଆ ଏଠାକୁ ଆସିବା ପରେ ଏହାର ବୃହତ୍‌ ଅଂଶ ଦାରୁଠେଙ୍ଗ ଡମ୍ଫିଂୟାର୍ଡକୁ ଯାଉଥିଲା। ମାତ୍ର ଦାରୁଠେଙ୍ଗରେ ଆବର୍ଜନା ପକାଇବା ବନ୍ଦ ହେବା ପରଠାରୁ ଦୈନିକ ସହରରୁ ବାହାରୁଥିବା ଶହଶହ ଟନ୍‌ ଆବର୍ଜନା ଆସି ଏହିଠାରେ ଗଦା ହେଉଛି। ୬୭ଟି ଓ୍ବାର୍ଡ ପାଇଁ ଏବେମାତ୍ର ୩୭ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିବାରୁ ସହରର ସିଂହଭାଗ ଆବର୍ଜନା ଟିଟିଏସ୍‌କୁ ଆସୁଛି। ଫଳରେ ଟିଟିଏସ୍‌ ଉଛୁଳି ଏବେ ରାସ୍ତା କଡ଼କୁ ଅଳିଆ ମାଡି ଆସିଥିବାବେଳେ ସେଥିରୁ ନିର୍ଗତ ପଚାପାଣି ଚାରିଆଡକୁ ବୋହି ଚାଲିଛି। ଫଳରେ ପଚା ଦୁର୍ଗନ୍ଧରେ ଆଖପାଖ ଅଞ୍ଚଳ ଫାଟି ପଡୁଥିବାବେଳେ ଭିଏସ୍‌ଏସ୍‌ ନଗର, ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଗଜପତିନଗର, ସୁବାସ ଏନ୍‌କ୍ଲେଭ, ଶକ୍ତିବିହାର, ଗଜପତିନଗର, ଲକ୍ଷ୍ମୀବିହାର, ପ୍ରଗତିବିହାର, ବାଣୀବିହାର, ରସୁଲଗଡ଼, ମଞ୍ଚେଶ୍ୱରରେ ରହୁଥିବା ଲୋକଙ୍କ ମନରେ ରୋଗ ଭୟ ଘାରିଲାଣି। ଅନେକେ ଚର୍ମ ଓ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ଆସୁଛି। ପୂର୍ବରୁ ଏ ସଂକ୍ରାନ୍ତରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ଓ ଭିଏସ୍‌ଏସ୍‌ ଉନ୍ନୟନ ପରିଷଦ ମେୟର, କମିଶନର, ଖୋର୍ଦ୍ଧା ଜିଲାପାଳ ଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କେବଳ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ପ୍ରଦୂଷିତ ବାୟୁମଣ୍ଡଳ ପାଇଁ ବିଭିନ୍ନ ପ୍ରକାର ଚର୍ମରୋଗ ଓ ଅଜଣା ରୋଗରେ ମଧ୍ୟ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସୁଛି।ଏଥିରେ ଛାତ୍ରୀଛାତ୍ର ବେଶି ପ୍ରଭାବିତ ହେଉଛନ୍ତି। ସୈନିକ ସ୍କୁଲ, ରେଳବିହାର ପ୍ରାଥମିକ ସ୍କୁଲ, ଶିଶୁ ନିକେତନ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ଦୁର୍ଗନ୍ଧ ଭିତରେ ବସି ପାଠପଢ଼ିପାରୁ ନାହାନ୍ତି। ମାତ୍ର ଏତେସବୁ ପରେ ବି ବିଏମ୍‌ସି ଅଳିଆ ପରିଚାଳନା ପାଇଁ ପ୍ରୟାସ କରୁଥିବା କହି କର୍ତ୍ତୃପକ୍ଷ ଦୋଷ ଛଡାଇବାକୁ ବସିଛନ୍ତି।

୬ମାସରେ ସମାଧାନ ହେବ, କେବଳ ସହଯୋଗ ଲୋଡ଼ା
୬ମାସ ଭିତରେ ଆମେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବୁ। ଲୋକମାନେ ବିଏମ୍‌ସିକୁ ଅଳିଆ ପ୍ରୋସେସ୍‌ କରିବାକୁ ଓ ଡମ୍ପିଂ କରିବାକୁ ଅନୁମତି ଦେଉ ନାହାନ୍ତି। କିନ୍ତୁ ସେମାନଙ୍କୁ ସହର ସମ୍ପୂର୍ଣ୍ଣ ସ୍ବଚ୍ଛ ଦରକାର। ସହରରୁ ଅଳିଆ କାଢି ଗୋଟେ ସ୍ଥାନରେ ପକାଇବା ପରେ ହିଁ ତାହାକୁ ପ୍ରୋସେସ୍‌ କରିବୁ। ଷ୍ଟେଟ୍‌ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡର ଗାଇଡ୍‌ଲାଇନ୍‌ ଅନୁଯାୟୀ, ଟିଟିଏସ୍‌ରେ ସାଇଣ୍ଟିଫିକ୍‌ ପ୍ରୋସେସ୍‌ରେ ଓ୍ବିଣ୍ଡ୍ରୋସ୍‌ ମେଶିନ୍‌ ଦ୍ୱାରା କାମ କରାଯାଉଛି। ଟ୍ରାଏଲ ରନ୍‌ ସଫଳ ହୋଇଛି। ଏବେ ପୂର୍ବାପେକ୍ଷା ଗନ୍ଧ କମିଛି। ତେବେ ଯଦି ଲୋକମାନେ ଓଦା ଶୁଖିଲା ଅଳିଆ ଅଲଗା ଅଲଗା କରି ଦେବେ ତେବେ ଏହି ସମସ୍ୟା ରହିବ ନାହିଁ। ଅପରପକ୍ଷେ ମେଗା ଏମ୍‌ସିସି ନେଇ ମଧ୍ୟ କାମ ଚାଲିଛି। ୬ମାସ ଭିତରେ ନିର୍ମାଣ କାମ ସରିଯିବ। ଲୋକେ କେବଳ ବିଏମ୍‌ସିକୁ ଦୋଷ ନ ଦେଇ ସହଯୋଗ କରିବା ଆବଶ୍ୟକ।
-ବିଜୟ ଅମୃତା କୁଲାଙ୍ଗେ, କମିଶନର
ବାରମ୍ବାର ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ଏ ବିଷୟରେ ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ କମିଶନରଙ୍କ ସହିତ ଦୁଇଥର ଆଲୋଚନା ହୋଇଛି। ଦୁର୍ଗନ୍ଧ ନ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲେ ବି କିଛି ଲାଭ ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ମେୟରଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ଦିଲୀପ ଦାଶଶର୍ମା, ସାଧାରଣ ସମ୍ପାଦକ, ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ
ଜୀବନ ଅଭିଶପ୍ତ ପରି ଲାଗୁଛି
ଏହି ଅଞ୍ଚଳରେ ବାସ କରିବା ଏକ ଅଭିଶପ୍ତ ଜୀବନ ନେଇ ବଞ୍ଚତ୍ବା ସହିତ ସମାନ। କବାଟ ଝରକା ଖୋଲି ଦେଲେ ଘରେ ରହି ହେଉନାହିଁ। ପାହାଡ ଭଳି ଅଳିଆ ଗଦା ହୋଇ ଗଲାଣି। ବହୁବାର ଅଭିଯୋଗ ମଧ୍ୟ କଲୁଣି, ମାତ୍ର ମହାନଗର ନିଗମ ଆମମାନଙ୍କ କଥା କର୍ଣ୍ଣପାତ କରୁ ନାହିଁ।
-ଡ. ସୁରେନ୍ଦ୍ର ମିଶ୍ର, ସିଟିଜନ ଫୋରମ ଗ୍ରେଟର ସଭାପତି, ଗାଡକଣ

ରୋଗୀ, ଅସୁସ୍ଥ ବୟସ୍କ ବ୍ୟକ୍ତି ଅଧିକ କଷ୍ଟ ପାଉଛନ୍ତି
ଆଖପାଖ ପରିବେଶ ପୂରା ଦୂଷିତ ହୋଇଗଲାଣି। ଏଠାରେ ରହୁଥିବା ଲୋକ ସ୍ବଚ୍ଛ ପବନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଚାରି ପାଞ୍ଚ ମାସ ହେଲା ବାଲକୋନୀକୁ ଯାଇ ହେଉନି। କାର୍ତ୍ତିକ ମାସ ରାତିରୁ ଗାଧୋଇ ପବିତ୍ର ମନରେ ମନ୍ଦିର ଯିବାକୁ ବାହାରିଲେ ପ୍ରଥମେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରୋଗୀ ଓ ଅସୁସ୍ଥ ବୟସ୍କ ବ୍ୟକ୍ତିମାନେ ଅଧିକ କଷ୍ଟ ପାଉଛନ୍ତି।
-ପ୍ରତାପ କୁମାର ନନ୍ଦ, ଡି ଏଲ୍‌ କଲୋନୀ
ବିଏମ୍‌ସି ସମ୍ବିଧାନର ଧାରା ୨୧କୁ ଉଲ୍ଲଂଘନ କରୁଛି
ଏଠାରେ ଦିନକୁ ପ୍ରାୟ ୩୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ପଡୁଛି। ବୈଜ୍ଞାନିକ ପ୍ରଣାଳୀରେ ପୃଥକୀକରଣ ହେଉ ନାହିଁ। ମୃତ ପଶୁପକ୍ଷୀ, ବଳକା ଖାଦ୍ୟ ପଦାର୍ଥ ବିଘଟନ ପରେ ଦୁର୍ଗନ୍ଧ ପ୍ରାୟ ୩-୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୁଛି। ସ୍କୁଲ ପିଲା, ଶିକ୍ଷକ ମାସ୍କ ପିନ୍ଧି ସ୍କୁଲ ଆସୁଛନ୍ତି। ବିଷାକ୍ତ ବାୟୁ ସେବନ କରି ଲୋକ ରୋଗରେ ପଡ଼ୁଛନ୍ତି। ଏପରିକି ସ୍ଲୋ ପଏଜନ୍‌ ନ ଦେଇ ସେମାନଙ୍କୁ ସିଧା ମାରି ଦିଅନ୍ତୁ ବୋଲି ଲୋକେ କହିଲେଣି। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ,ନିର୍ମଳ ବାୟୁ, ବିଶୁଦ୍ଧ ଜଳ ସବୁ ନାଗରିକଙ୍କର ମୌଳିକ ଅଧିକାର। ମାତ୍ର ବିଏମ୍‌ସି ଏହି ଧାରାକୁ ଉଲ୍ଲଂଘନ କରୁଛି।
-ରମେଶ ସାହୁ, ନେତାଜୀ ସୁଭାଷ ଏନ୍‌କ୍ଲେଭ୍‌, ମଞ୍ଚେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ପସରା ମେଲି ବସିଛନ୍ତି ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟକାଙ୍କ ପରଲୋକ । ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା ରହିଛି...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri