ଚାଇନାକୁ ଘାରିଛି ତାଇଓ୍ବାନ ଆକ୍ରମଣ ଭୟ: ଉପକୂଳ ଅଞ୍ଚଳରେ ମୁତୟନ କଲା କ୍ଷେପଣାସ୍ତ୍ର

ବେଜିଂ, ୧୮।୧୦: ଚାଇନାକୁ ଏବେ ତାଇଓ୍ବାନ ଆକ୍ରମଣ ଭୟ ଘାରିଛି। ସୁରକ୍ଷା ଦୃଷ୍ଟିରୁ ଚାଇନା ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମୁତୟନ କରିଛି। ତାଇଓ୍ବାନ ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ତାଇଓ୍ବାନ ଅଚାନକ ଚାଇନା ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି। ତେଣୁ ଚାଇନା ସୈନ୍ୟ ବାହିନୀ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଡିଏଫ୍‌-୧୭ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୫୦୦ କିିମି ରହିଛି। ତାଇଓ୍ବାନକୁ ଆମେରିକାର ସମର୍ଥନ ରହିଛି। ତେଣୁ ଯୁଦ୍ଧ ହେଲେ ଆମେରିକା ତାଇଓ୍ବାନକୁ ସହାୟତା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ମୁକାବିଲା ଲାଗି ଚାଇନା କ୍ଷେପଣାସ୍ତ୍ର ମୁତୟନ କରିଥିବା କୁହାଯାଉଛି।

Share