ବିଷାକ୍ତ ଧୂଳି, ଧୂଆଁର ଭୟ

କେନ୍ଦ୍ରାପଡ଼ା ଅଫିସ,୧୧ା୧୦: ମହାନଦୀର ଦୁଇପାର୍ଶ୍ୱରେ ୨ଟି ଜିଲା। ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଅପରପାର୍ଶ୍ୱରେ ଜଗତ୍‌ସିଂହପୁର। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅବସ୍ଥାରେ ଅଛି। ହେଲେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି। ଏହି ଶିଳ୍ପ ଅନୁଷ୍ଠାନରୁ ବିଭିନ୍ନ ସମୟରେ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ସେଠାରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶି କେନ୍ଦ୍ରାପଡ଼ା ଜିଲାର ବିଭବ ଭାବେ ପରିଚିତ ଆର୍ଦ୍ରଭୂମି ଭିତରକନିକା ସମେତ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ନଷ୍ଟ କରୁଛି। ହେଲେ ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।
ଯାଜପୁର ଓ ଜଗତ୍‌ସିଂହପୁର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା କେନ୍ଦ୍ରାପଡ଼ା ଜିଲା ସଂଲଗ୍ନରେ ଅବସ୍ଥିତ। ପ୍ରତିଦିନ ରାସାୟନିକ ପଦାର୍ଥଭରା ଭାରିଯାନ ଏହି ରାସ୍ତା ଦେଇ ଯାତାୟାତ କରୁଛି। ରାସାୟନିକ ବିପର୍ଯ୍ୟୟ ପ୍ରତି ଜିଲା ପ୍ରଶାସନ ସଚେତନ ନୁହନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି। ପରିବେଶ ପ୍ରଦୂଷଣ ପ୍ରଭାବରେ ହେଉଥିବା ସମସ୍ୟା ସମ୍ପର୍କରେ ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳର ପୂର୍ଣ୍ଣିମା ମାଝି, ସୁଦର୍ଶନ ବେରା, ହରିପଦ ବିଶ୍ୱାସ ପ୍ରମୁଖ କୁହନ୍ତି, ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଆଁ ଆମ ଜୀବନକୁ ଦୁର୍ବିଷହ କରି ଦେଇଛି। ଶିଳ୍ପାଞ୍ଚଳରୁ ନିର୍ଗତ ଧୂଳି ଓ ଧୂଆଁ ଚର୍ମ ରୋଗଠାରୁ ଆରମ୍ଭ କରି କ୍ୟାନ୍‌ସରର କାରଣ ହୋଇଛି। ଆମ ଅଞ୍ଚଳର ଫସଲକୁ ସେହି ପ୍ରଦୂଷଣ ନଷ୍ଟ କରୁଛି। ପାରାଦୀପର ଏକ ଷ୍ଟିଲ୍‌ ପ୍ଲାଣ୍ଟରୁ ଲାଲ ରଙ୍ଗର ଧୂଳି ଉଡି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖେଳେଇ ହୋଇଯାଇଛି। ଘରବାଡିଠାରୁ ଆରମ୍ଭ କରି ଗଛପତ୍ରରେ ନାଲି ରଙ୍ଗର ଆସ୍ତରଣ ଦେଖାଯାଉଛି। ଏପର ପ୍ରଦୂଷଣ ସ୍ଥାନୀୟ ଅଞ୍ଚଳ ପାଇଁ ନୂଆ ନୁହେଁ। ପ୍ରତ୍ୟହ ଏପରି ସମସ୍ୟା ନଜରକୁ ଆସୁଛି। ସ୍ଥାନୀୟ ଲୋକେ ରୋଗ ସହ ଜୀବନଜୀବିକାକୁ ନେଇ ଚିନ୍ତାରେ ପଡିଥିବା ସେମାନେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ, ସମରେନ୍ଦ୍ର ମାହାଳି, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜାତୀୟ ଉଦ୍ୟାନ ଭିତରକନିକା ପ୍ରତି ବିପଦ ସାଜିଛି। ସେହିପରି ଏହି ବିଷାକ୍ତ ରାସାୟନିକ ପ୍ରଭାବ ସାମୁଦ୍ରିକ ଜଳଜୀବ ସମେତ ନଦୀ ନାଳ ଉପରେ ବିଷାକ୍ତ ଆସ୍ତରଣ ସୃଷ୍ଟି କରୁଛି। ଗଛ ସବୁ ପୋଡ଼ି ଯାଉଥିବା ବେଳେ ଫସଲ ଅଧିକ ଅମଳକ୍ଷମ ହେଉନାହିଁ। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିବା ସେମାନେ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ବିଭୂତି ଭୂଷଣ କର, ଲକ୍ଷ୍ମୀଧର ସ୍ବାଇଁ, ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ୨୦୧୯ ଜୁନ୍‌ରେ ତତ୍କାଳନୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାସାୟନିକ ଓ ଶିଳ୍ପାନୁଷ୍ଠାନ ଦୁର୍ଘଟଣା ପରି ବିପର୍ଯ୍ୟୟ କ୍ଷେତ୍ରରେ ରାଜ୍ୟ କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ ତତ୍ପରତାର ସହ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ ଶିଳ୍ପାଞ୍ଚଳର ଆଖପାଖ ଅଞ୍ଚଳ ସର୍ଭେ କରିବା ସହ ପ୍ରଦୂଷଣର ନିରାକରଣ ବ୍ୟବସ୍ଥା କରିବ। ବୈଠକକୁ ଇତିମଧ୍ୟରେ ଅଢ଼େଇ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ର କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ପାରାଦୀପ ଶିଳ୍ପାଞ୍ଚଳରେ ଗତ ଶୁକ୍ରବାର ଲାଲ ଧୂଳି ଉଠିବା ଘଟଣା ଜିଲା ପ୍ରଶାସନର ନଜରକୁ ଆସିଛି। ଏ ନେଇ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶାଳୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri