ପାକିସ୍ତାନ ସରକାରଙ୍କ ପୁଣି ପତନ ଆଶଙ୍କା, ମରିୟମ ନଓ୍ବାଜ ଶାହବାଜଙ୍କୁ କଲେ ବିରୋଧ…

ଇସଲାମାବାଦ,୧୮।୨ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାରଙ୍କର ପୁଣି ଥରେ ପତନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ ପରିବାରର ଶାସକ ଦଳ ପିଏମଏଲ (ଏନ) ରେ ବିଭାଜନ ପୁଣି ଥରେ ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ନିଜ ଚାଚା ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।

ବଢୁଥିବା ଦରଦାମର ସମ୍ମୁଖୀନ ହେଉଥିବା ଶାହବାଜ ସରିଫଙ୍କୁ ଏବେ ତାଙ୍କ ସରକାରକୁ ଆଗକୁ ନେବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ବର୍ତ୍ତମାନର ସରକାରଠାରୁ ନିଜକୁ ଅଲଗା କରିବାକୁ ମରିୟମ ନୱାଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ପିଏମଏଲ (ଏନ) ର ନୁହଁନ୍ତି। ସେ କହିଛନ୍ତି ଯେ ନୱାଜ ସରିଫ ପାକିସ୍ତାନରେ ଥିବାବେଳେ ଆମେ ସରକାର ଗଢ଼ିବୁ।

ପିଏମଏଲ (ଏନ) ଭିତରେ ଚର୍ଚ୍ଚା ହେଉଛି ଯେ ମରିୟମ ନୱାଜ ନିଜେ ଶାହବାଜ ସରିଫଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଏକ ବଡ଼ ଆଲୋଚନା ହେଉଛି ନୱାଜ ସରିଫଙ୍କ ଜ୍ବାଇଁ ଅର୍ଥାତ ମରିୟମଙ୍କ ସ୍ବାମୀ ଅବସର ପ୍ରାପ୍ତ କ୍ୟାପଟେନ ମୋହମ୍ମଦ ସଫଦାର ପାର୍ଟିରେ ଏନେଇ ଉପଯୁକ୍ତ ପରିବେଶ ସୃଷ୍ଟି କରୁଛନ୍ତି। ଶାହବାଜ ସରିଫଙ୍କୁ ବଦଳାଇବା ଏବଂ ତାଙ୍କ ପତ୍ନୀ ମରିୟମଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବା ପାଇଁ ସଫଦର ଏକ ଅଭିଯାନ ଚଳାଉଛନ୍ତି।

Share