Posted inଜାତୀୟ

ଫଳ ପୂର୍ବରୁ ଘୋଡ଼ାବେପାର ଭୟ

ଗୁଆହାଟୀ/ଜୟପୁର, ୧୦।୪ ଆସାମରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ଆରମ୍ଭ ହୋଇଛି ଲୁଚକାଳି ଖେଳ । କଂଗ୍ରେସର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ପ୍ରାର୍ଥୀ ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଏକ ହୋଟେଲକୁ ବୁହାହୋଇ ଯାଇଛନ୍ତି । କଂଗ୍ରେସର ପଦାଙ୍କ ଅନୁସରଣ କରିଛନ୍ତି ଧୁବ୍ରୀ ଏମ୍‌ପି ବଦ୍‌ରୁଦ୍ଦିନ ଅଜମଲ । ସେ ମଧ୍ୟ ତାଙ୍କ ନେତୃତ୍ୱାଧୀନ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌)ର ୧୮ରୁ ୨୦ ପ୍ରାର୍ଥୀଙ୍କୁ ରାଜସ୍ଥାନକୁ ନେଇଯାଇଛନ୍ତି ଭାଜପାର ଘୋଡ଼ାବେପାର ଭୟରେ ।
କାରଣ ଭାଜପା ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ହାତେଇବା ପାଇଁ ବିରୋଧୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଥାଏ ବୋଲି ବିଶ୍ଳେଷକ ମତ ଦିଅନ୍ତି । ଗୈରିକ ଦଳର ଏହି ଚର୍ଚ୍ଚିତ ରଣନୀତି ‘ଅପରେଶନ କମଲ’ ନାମରେ ବିଦିତ ।

ଏପ୍ରିଲ ୬ରେ ତିନି ପର୍ଯ୍ୟାୟରେ ଶେଷ ହୋଇଛି ଆସାମ ବିଧାନସଭା ନିର୍ବାଚନ। ମେ ୨ରେ ଭୋଟ ଗଣତି ହେବ। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଶାସକ ଭାଜପା ଘୋଡ଼ାବେପାର କରିପାରେ ବୋଲି ବିରୋଧୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦଳୀୟ ପ୍ରାର୍ଥୀ କିଣାବିକା ଆଶଙ୍କା ଥିବାରୁ କଂଗ୍ରେସ ଏହାର ୨୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ରାଜସ୍ଥାନ ରାଜଧାନୀ ଜୟପୁର ପଠାଇ ଦେଇଛି। କଂଗ୍ରେସ ସହଯୋଗୀ ଏଆଇୟୁଡିଏଫ୍‌ ମଧ୍ୟ ଅନୁରୂପ ପଦକ୍ଷେପ ସ୍ବରୂପ ଏହାର ପ୍ରାୟ ପ୍ରାର୍ଥୀଙ୍କୁ ଜୟପୁର ନେଇଥିବା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଏକ ରିସର୍ଟରେ ରଖାଯାଇଛି। ଗତବର୍ଷ ଜୁଲାଇରେ ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଥିବାବେଳେ ଦଳୀୟ ବିଧାୟକମାନଙ୍କୁ ଏହି ହୋଟେଲରେ ରଖାଯାଇଥିଲା।
ନିର୍ବାଚନ ହାରିବା ପରେ କଂଗ୍ରେସରେ ବିଭାଜନ ସୃଷ୍ଟି କରିବା ଭାଜପା ପାଇଁ ଏକ ଧାରାରେ ପରିଣତ ହୋଇଛି। ସେଥିପାଇଁ ଆମ ପ୍ରାର୍ଥୀମାନଙ୍କୁ ଜଗିବାକୁ ପଡ଼ୁଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ଆସାମରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ମଧ୍ୟରେ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ଭାଜପା ଏବଂ ବିରୋଧୀ ମେଣ୍ଟ ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିିତା ହୋଇଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟରେ ଏଆଇୟୁଡିଏଫ୍‌, ଜେଡିପିପି, ଆଦିବାସୀ ନ୍ୟାଶନାଲ ପାର୍ଟି, ସିପିଏମ୍‌, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଆଞ୍ଚଳିକ ଗଣ ମୋର୍ଚ୍ଚା, ବୋଡୋଲାଣ୍ଡ ପିପୁଲ୍ସ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ଆସାମରେ ଭାଜପା କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ୫ ବର୍ଷ ପରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବା ଲାଗି ଆଶାୟୀ ରହିଛି। ତେବେ କୌଣସି ପ୍ରକାରେ କ୍ଷମତା ଦଖଲ ପାଇଁ ଭାଜପା ଅନୈତିକ ଉପାୟ ଅବଲମ୍ବନ କରିବା ଅସମ୍ଭବ ନୁହେଁ। ମେ’ ୨ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ସମେତ ଆସାମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଘୋଡ଼ାବେପାରକୁ ନେଇ କଂଗ୍ରେସ ସତର୍କତା ଅବଲମ୍ବନ କରିଥିବା ଦଳୀୟ ମୁଖପାତ୍ର କହିଛନ୍ତି। ରାଜସ୍ଥାନ କଂଗ୍ରେସର ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ଏବଂ ବିଧାୟକ ରଫିକ୍‌ ଖାନ୍‌ଙ୍କୁ ଆସାମ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଏକାଠି ରଖିବା ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ରଖାଯାଇଥିବା ଫେୟାରମୋଣ୍ଟ ହୋଟେଲ ମଧ୍ୟକୁ ଅଜଣା ଲୋକଙ୍କୁ ଛଡ଼ାଯାଉନାହିଁ।

 

ବିରୋଧୀ ଦେଇଛନ୍ତି କଡ଼ା ଟକ୍କର
ଆସାମରେ ପରବର୍ତ୍ତୀ ସରକାର ଗଠନର ମୂଳଦୁଆ ପକାଇବାକୁ ଯାଇ ଶାସକ ଭାଜପା ୩ ମାସ ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା ଗୁଆହାଟୀର ଦିସପୁରରୁ। ପ୍ରଥମେ ଭାଜପା ସପକ୍ଷରେ ବିପୁଳ ଜନମତ ରହିଥିବା ପ୍ରତୀୟମାନ ହୋଇଥିଲା। ହେଲେ ନିର୍ବାଚନ ଯେତେ ପାଖେଇ ଆସିଲା ବିରୋଧୀ କଂଗ୍ରେସର ବଳ ସେତେ ବଢ଼ିବାରେ ଲାଗିଲା। ଏଥର ଭାଜପାକୁ କଡ଼ା ଟକ୍କର ଦେବାରେ ବିରୋଧୀ ମେଣ୍ଟକୁ ସହାୟକ ହୋଇଛି ସୁଚିନ୍ତିତ ରଣନୀତି ଓ ପ୍ରଭାବଶାଳୀ ପ୍ରଚାର। ଏହାର ଶ୍ରେୟ ଦିଆଯାଉଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପର୍ଯ୍ୟବେକ୍ଷକ ଭୂପେଶ ବାଘେଲଙ୍କୁ। ୨୦୧୮ ନିର୍ବାଚନରେ ରମଣ ସିଂ ସରକାରକୁ ଛତିଶଗଡ଼ରୁ ହଟାଇ କଂଗ୍ରେସକୁ କ୍ଷମତାକୁ ଆଣିଥିବା ଅଭିଜ୍ଞତା ଏଥିଲାଗି ବାଘେଲଙ୍କୁ ସହାୟକ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri