Posted inଜାତୀୟ

ଫଳ ପୂର୍ବରୁ ଘୋଡ଼ାବେପାର ଭୟ

ଗୁଆହାଟୀ/ଜୟପୁର, ୧୦।୪ ଆସାମରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ଆରମ୍ଭ ହୋଇଛି ଲୁଚକାଳି ଖେଳ । କଂଗ୍ରେସର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ପ୍ରାର୍ଥୀ ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଏକ ହୋଟେଲକୁ ବୁହାହୋଇ ଯାଇଛନ୍ତି । କଂଗ୍ରେସର ପଦାଙ୍କ ଅନୁସରଣ କରିଛନ୍ତି ଧୁବ୍ରୀ ଏମ୍‌ପି ବଦ୍‌ରୁଦ୍ଦିନ ଅଜମଲ । ସେ ମଧ୍ୟ ତାଙ୍କ ନେତୃତ୍ୱାଧୀନ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌)ର ୧୮ରୁ ୨୦ ପ୍ରାର୍ଥୀଙ୍କୁ ରାଜସ୍ଥାନକୁ ନେଇଯାଇଛନ୍ତି ଭାଜପାର ଘୋଡ଼ାବେପାର ଭୟରେ ।
କାରଣ ଭାଜପା ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ହାତେଇବା ପାଇଁ ବିରୋଧୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଥାଏ ବୋଲି ବିଶ୍ଳେଷକ ମତ ଦିଅନ୍ତି । ଗୈରିକ ଦଳର ଏହି ଚର୍ଚ୍ଚିତ ରଣନୀତି ‘ଅପରେଶନ କମଲ’ ନାମରେ ବିଦିତ ।

ଏପ୍ରିଲ ୬ରେ ତିନି ପର୍ଯ୍ୟାୟରେ ଶେଷ ହୋଇଛି ଆସାମ ବିଧାନସଭା ନିର୍ବାଚନ। ମେ ୨ରେ ଭୋଟ ଗଣତି ହେବ। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଶାସକ ଭାଜପା ଘୋଡ଼ାବେପାର କରିପାରେ ବୋଲି ବିରୋଧୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦଳୀୟ ପ୍ରାର୍ଥୀ କିଣାବିକା ଆଶଙ୍କା ଥିବାରୁ କଂଗ୍ରେସ ଏହାର ୨୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ରାଜସ୍ଥାନ ରାଜଧାନୀ ଜୟପୁର ପଠାଇ ଦେଇଛି। କଂଗ୍ରେସ ସହଯୋଗୀ ଏଆଇୟୁଡିଏଫ୍‌ ମଧ୍ୟ ଅନୁରୂପ ପଦକ୍ଷେପ ସ୍ବରୂପ ଏହାର ପ୍ରାୟ ପ୍ରାର୍ଥୀଙ୍କୁ ଜୟପୁର ନେଇଥିବା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଏକ ରିସର୍ଟରେ ରଖାଯାଇଛି। ଗତବର୍ଷ ଜୁଲାଇରେ ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଥିବାବେଳେ ଦଳୀୟ ବିଧାୟକମାନଙ୍କୁ ଏହି ହୋଟେଲରେ ରଖାଯାଇଥିଲା।
ନିର୍ବାଚନ ହାରିବା ପରେ କଂଗ୍ରେସରେ ବିଭାଜନ ସୃଷ୍ଟି କରିବା ଭାଜପା ପାଇଁ ଏକ ଧାରାରେ ପରିଣତ ହୋଇଛି। ସେଥିପାଇଁ ଆମ ପ୍ରାର୍ଥୀମାନଙ୍କୁ ଜଗିବାକୁ ପଡ଼ୁଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ଆସାମରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ମଧ୍ୟରେ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ଭାଜପା ଏବଂ ବିରୋଧୀ ମେଣ୍ଟ ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିିତା ହୋଇଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟରେ ଏଆଇୟୁଡିଏଫ୍‌, ଜେଡିପିପି, ଆଦିବାସୀ ନ୍ୟାଶନାଲ ପାର୍ଟି, ସିପିଏମ୍‌, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଆଞ୍ଚଳିକ ଗଣ ମୋର୍ଚ୍ଚା, ବୋଡୋଲାଣ୍ଡ ପିପୁଲ୍ସ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ଆସାମରେ ଭାଜପା କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ୫ ବର୍ଷ ପରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବା ଲାଗି ଆଶାୟୀ ରହିଛି। ତେବେ କୌଣସି ପ୍ରକାରେ କ୍ଷମତା ଦଖଲ ପାଇଁ ଭାଜପା ଅନୈତିକ ଉପାୟ ଅବଲମ୍ବନ କରିବା ଅସମ୍ଭବ ନୁହେଁ। ମେ’ ୨ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ସମେତ ଆସାମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଘୋଡ଼ାବେପାରକୁ ନେଇ କଂଗ୍ରେସ ସତର୍କତା ଅବଲମ୍ବନ କରିଥିବା ଦଳୀୟ ମୁଖପାତ୍ର କହିଛନ୍ତି। ରାଜସ୍ଥାନ କଂଗ୍ରେସର ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ଏବଂ ବିଧାୟକ ରଫିକ୍‌ ଖାନ୍‌ଙ୍କୁ ଆସାମ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଏକାଠି ରଖିବା ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ରଖାଯାଇଥିବା ଫେୟାରମୋଣ୍ଟ ହୋଟେଲ ମଧ୍ୟକୁ ଅଜଣା ଲୋକଙ୍କୁ ଛଡ଼ାଯାଉନାହିଁ।

 

ବିରୋଧୀ ଦେଇଛନ୍ତି କଡ଼ା ଟକ୍କର
ଆସାମରେ ପରବର୍ତ୍ତୀ ସରକାର ଗଠନର ମୂଳଦୁଆ ପକାଇବାକୁ ଯାଇ ଶାସକ ଭାଜପା ୩ ମାସ ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା ଗୁଆହାଟୀର ଦିସପୁରରୁ। ପ୍ରଥମେ ଭାଜପା ସପକ୍ଷରେ ବିପୁଳ ଜନମତ ରହିଥିବା ପ୍ରତୀୟମାନ ହୋଇଥିଲା। ହେଲେ ନିର୍ବାଚନ ଯେତେ ପାଖେଇ ଆସିଲା ବିରୋଧୀ କଂଗ୍ରେସର ବଳ ସେତେ ବଢ଼ିବାରେ ଲାଗିଲା। ଏଥର ଭାଜପାକୁ କଡ଼ା ଟକ୍କର ଦେବାରେ ବିରୋଧୀ ମେଣ୍ଟକୁ ସହାୟକ ହୋଇଛି ସୁଚିନ୍ତିତ ରଣନୀତି ଓ ପ୍ରଭାବଶାଳୀ ପ୍ରଚାର। ଏହାର ଶ୍ରେୟ ଦିଆଯାଉଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପର୍ଯ୍ୟବେକ୍ଷକ ଭୂପେଶ ବାଘେଲଙ୍କୁ। ୨୦୧୮ ନିର୍ବାଚନରେ ରମଣ ସିଂ ସରକାରକୁ ଛତିଶଗଡ଼ରୁ ହଟାଇ କଂଗ୍ରେସକୁ କ୍ଷମତାକୁ ଆଣିଥିବା ଅଭିଜ୍ଞତା ଏଥିଲାଗି ବାଘେଲଙ୍କୁ ସହାୟକ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri