ବାତ୍ୟା ପରେ ବନ୍ୟା ଭୟ

ବାରିପଦା ଅଫିସ,୨୭।୫: ବାତ୍ୟା ‘ୟାସ’ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ବନ୍ୟା ଚିନ୍ତା ଘାରିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁ ଏଠାରୁ ବାହାରି ଥିବା ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ଜଳସ୍ତର ଉପରମୁଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ନଦୀକୂଳିଆ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଜାରି ରହିଛି। ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ବାରିପଦାର ମଧୁବନ ଅଞ୍ଚଳର କଚ୍ଚା ଓ ଆଜବେଷ୍ଟସ ଘରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛନ୍ତି।
ଜିଲାର କୁସୁମୀ ବ୍ଲକ ଅଞ୍ଚଳରେ ମଙ୍ଗଳବାର ସର୍ବାଧିକ ୩୦୪ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଶାମାଖୁଣ୍ଟା ଓ ସାରସକଣା ବ୍ଲକରେ ସର୍ବନିମ୍ନ ୨୨ ମି.ମି. ବର୍ଷା ହୋଇଥିଲା। ବୁଧବାର ଯଶିପୁର ବ୍ଲକରେ ସର୍ବାଧିକ ୧୯୦ ମି.ମି., ବିଶୋଇରେ ୧୨୪ ମି.ମି., ଉଦଳାରେ ୧୧୦ ମି.ମି., ଶୁକ୍ରୁଳିରେ ୧୧୨ ମି.ମି., ବିଜାତଳାରେ ୧୦୮ ମି.ମି., ରରୁଆଁରେ ୧୦୫ ମି.ମି. ରେକର୍ଡ ହୋଇଥିବା ବେଳେ ବଡ଼ସାହି ଅଞ୍ଚଳରେ ସର୍ବନିମ୍ନ ୫ ମି.ମି. ବର୍ଷା ହୋଇଛି। ବୁଧବାର ସକାଳ ୬ରୁ ପୂର୍ବାହ୍ନ ୧୦ଟା ମଧ୍ୟରେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବରେହିପାଣି ଅଞ୍ଚଳରେ ୨୬୨ମି.ମି., ନଅଣା ସାଉଥରେ ୧୨୭ମି.ମି., ନଅଣା ନର୍ଥରେ ୨୪୪ମିମି, ପୋଡ଼ାଡ଼ିହାରେ ୧୫୩ମି.ମି., ଭଞ୍ଜବସାରେ ୩୦୨ମି.ମି., ଠାକୁରମୁଣ୍ଡା ୧୫୧ ମି.ମି. ଓ କେନ୍ଦୁମୁଣ୍ଡିରେ ୧୪୩ ମି.ମି. ବର୍ଷା ହୋଇଛି। ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୩୦.୯୨ମିଟର ରହିଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଏହାର ଜଳସ୍ତର ୨୩.୦୨ମିଟର ରହିଥିଲା। ଏହି ନଦୀର ଉଭୟ ପାର୍ଶ୍ୱରେ ଥିବା ବଡ଼ସାହି, ଗୋପବନ୍ଧୁନଗର, ବେତନଟୀ ବ୍ଲକ ଅଧୀନ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ ଟିମ ସଜାଗ ହୋଇ ରହିଛନ୍ତି। ଜିଲାର ୨୬ଟି ବ୍ଳକ, ୨ଟି ପୌର ପରିଷଦ ଓ ୨ଟି ଏନ୍‌ଏସିର ୬୭ହଜାର ୯୮୦ଜଣ ଲୋକଙ୍କୁ ୪୨୨ଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ା
ସେହିପରି ବାତ୍ୟା ‘ୟାସ’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବାରିପଦା ସହର, ରଙ୍ଗାମାଟିଆ, ଶୂନଗଡ଼ିଆ, ବେଲଗଡ଼ିଆ, ଚିପଟଅସ୍ତିଆ, ଅସ୍ତିଆ, ଡାକ୍ତରଖାନା ରାସ୍ତା, ଭଞ୍ଜପୁର ଆଦି ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିିରେ ତାହାକୁ ସଫା କରାଯାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri