ପ୍ରମାଣ ଜାଲିଆତିକୁ ଭୟ

ନୂଆଦିଲ୍ଲୀ,୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେଉଥିବାବେଳେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲାଚିଠି ଲେଖି ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ସୁଶାନ୍ତଙ୍କ ବଲିଉଡ୍‌ରେ କେହି ଗଡ୍‌ଫାଦର ନ ଥିଲେ। ଏଥିସହ ଶ୍ୱେତା ନିଜ ଫେସ୍‌ବୁକ ଆକାଉଣ୍ଟରେ ଲେଖିଛନ୍ତି, ସୁଶାନ୍ତଙ୍କ ଭଉଣୀ ହିସାବରେ ସମସ୍ତ ମାମଲାର ଖୁବ୍‌ଶୀଘ୍ର ସ୍କାନ କରିବା ଲାଗି ଅନୁରୋଧ କରୁଛି। ଭାରତୀୟ ନ୍ୟାୟପାଳିକା ଉପରେ ଯଥେଷ୍ଟ ବିଶ୍ୱାସ ରହିଛି। ଯେକୌଣସି ମତେ ଆମକୁ ନ୍ୟାୟ ଦରକାର।
ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଶ୍ୱେତା ଦର୍ଶାଇଛନ୍ତି ଯେ, ଆମେ ଏକ ସାଧାରଣ ସରଳ ପରିବାରରୁ ଆସିଛୁ। ବଲିଉଡ୍‌କୁ ଆସିବା ପୂର୍ବରୁ ସୁଶାନ୍ତଙ୍କ କେହି ଗଡ୍‌ଫାଦର ନ ଥିଲେ। ଏବେ ବି କେହି ସେଭଳି ଆମ ପରିବାର ପଛରେ ନାହାନ୍ତି। ମାମଲାର ସମସ୍ତ ଦିଗ ଯେପରି ଠିକ୍‌ଭାବେ ଚାଲିବ ସେଥିଲାଗି ଦୃଷ୍ଟିଦେବାକୁ ଅନୁରୋଧ। ତଥ୍ୟରେ ଜାଲିଆତି କରାଯିବାର ଆଶଙ୍କା ରହିଛି। ଫେସ୍‌ବୁକ ପୋଷ୍ଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତା ଏଭଳି ଚିଠି ଲେଖି ସହଯୋଗ ଲାଗି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଯୁବ କଂଗ୍ରେସ ଅଧ୍ୟକ୍ଷ ଗିରଫ: ତେଜିଲା ରାଜନୀତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ…

SpiceJet ବିମାନ ଇଞ୍ଜିନ ଫେଲ୍, ଟେକଅଫର କିଛି ସମୟ ପରେ ହେଲା….

ନୂଆଦିଲ୍ଲୀ,୨୪।୨: ୧୫୦ ଜଣ ଯାତ୍ରୀଙ୍କୁ ନେଇ ସ୍ପାଇସଜେଟର ଏକ ବିମାନ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀରୁ ଲେହ ଯାଉଥିବା ବିମାନଟି…

ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଲିମା,୨୪।୨: ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା…

ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ…

ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ? ଏହି ଖେଳାଳିଙ୍କୁ ପ୍ଲେଇଂ ୧୧ରୁ ବାଦ ଦେବାକୁ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପରାଜୟ ପରେ, ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର ଧରିଛି।…

ଶେଷରେ ଧରାପଡ଼ିଲେ ପ୍ରେମିକ-ନବବଧୂ: ଏହି ସ୍ଥାନରେ ଥିଲେ, ପୋଲିସ ଉଭୟଙ୍କୁ…

ସମ୍ବଲପୁର, ୨୪।୨(ପ୍ରମୋଦ ବହିଦାର): ପୋଲିସ ହାତରେ ଧରାପଡିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ। ନବବଧୂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକଛକର ରଶ୍ମି ପୁଟେଲ(୧୯)ଙ୍କ ସହ କଣ୍ଟାମାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri