କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ ଚର୍ମରୋଗର ଭୟ ଦେଖା ଦେଇଛି। ଏହି କାରଣରୁ କେନ୍ଦ୍ରାପଡ଼ା ବ୍ଲକ ମାଗୁରଗଣ୍ଡ ପାଟଣା ମୁଣ୍ଡାସାହିରେ ରହୁଥିବା ୪୨ ଆଦିବାସୀ ପରିବାର ଏକ ପ୍ରକାର ସାମାଜିକ ବାସନ୍ଦରେ ଅଛନ୍ତି।
ଏ ସମ୍ପର୍କରେ ମୁଣ୍ଡାସାହିର କନକ ଗାଗରାଇ କହିଛନ୍ତି, ଏହି ଗ୍ରାମର ରବି ସିନ୍ଧୁଙ୍କ ପୁଅ ଲାଲୁ ବାଙ୍ଗାଲୋରର ଏକ ରଡ୍‌ ମିଲିଂରେ କାର୍ଯ୍ୟ କରୁଥିଲେ। ଜୁନ ୨୦ତାରିଖରେ ସେଠାରୁ ଫେରିବା ପରେ ଘରେ ପେଟ ଯନ୍ତ୍ରଣା ଦେଖା ଦେଇଥିଲା। ଏଥିସହ ଦେହରେ କାଛୁ କୁଣ୍ଡିଆ ରୋଗ ପରି ଚର୍ମରୋଗ ଦେଖାଦେଇଥିଲା। ପରିବାର ଲୋକେ ଲାଲୁଙ୍କ ଚିକିତ୍ସା ପାଇଁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କଟକ ବଡ ମେଡିକାଲକୁ ନେଇଥିଲେ। ଏହାସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା। ଲାଲୁଙ୍କ ପରିବାରରେ ମା’, ବାପା, ସ୍ତ୍ରୀ, ଭଉଣୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି। ଏହି ସଦସ୍ୟଙ୍କ ଦେହରେ ବଡବଡ ବ୍ରଣ ଭଳି ଚର୍ମରୋଗ ଦେଖାଦେଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ମୁଣ୍ଡାସାହିରେ ଚର୍ମରୋଗକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି। ଗ୍ରାମର ସୁରେଶ ହେମ୍ବ୍ରମ କହିଛନ୍ତି, ଚର୍ମରୋଗକୁ ଗଁାର କେତେଜଣ ଲୋକ ମଙ୍କିପକ୍ସ ବୋଲି କହି ଭୟଭୀତ କରାଉଛନ୍ତି। ଏହା ମୁଣ୍ଡାସାହିର ୪୨ ଆଦିବାସୀ ପରିବାରଙ୍କ ପାଇଁ ବିପଦ ସାଜିଛି। ଆଖପାଖରେ କେହି କାମ ଦେବାକୁ ଅମଙ୍ଗ ହେଉଛନ୍ତି। ରାସ୍ତାରେ ଗଲେ ମଧ୍ୟ ଚିହ୍ନା ଲୋକ ଆଡେଇ ଯାଉଛନ୍ତି। ମଜୁରି ନ ମିଳିବା ସହ ଏବେ ସ୍ଥାନୀୟ ଅଞ୍ଚଳରୁ ରାଶନ, ପାଣି ଆଣିବା ବନ୍ଦ ହୋଇଛି। ଏକ ପ୍ରକାର ଦୁର୍ବିଷହ ଜୀବନ ବିତାଉଥିବା ସେ ପ୍ରକାଶ କରିଛନ୍ତି। ଗ୍ରାମର ନବ ଚାତରା କହିଛନ୍ତି, ଏହି ଗ୍ରାମରେ ୩୦୦ରୁ ୪୦୦ ଲୋକ ରହୁଛନ୍ତି। ଗୋଟିଏ ନଳକୂପକୁ ସମସ୍ତେ ବ୍ୟବହାର କରନ୍ତି। ବିବାହଠାରୁ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଏଠାରେ ଥିବା କେନାଲକୁ ବ୍ୟବହାର କରାଯାଉଛି। ତେବେ କେଉଁ କାରଣ ଯୋଗୁ ଏହି ଚର୍ମରୋଗ ହେଉଛି, ତାହା ଜଣାପଡୁନାହିଁ। ଏହି ଗ୍ରାମର ଛାତ୍ରୀଛାତ୍ର କହିଛନ୍ତି, ରୋଗକୁ ନେଇ ପ୍ରଚାର ହେବା ପରେ ସ୍କୁଲ ଯିବା ବନ୍ଦ ହୋଇଛି। ସ୍କୁଲର ଶିକ୍ଷକମାନେ ରୋଗ ଭଲ ହେବା ପରେ ଆସିବାକୁ କହୁଛନ୍ତି। ସ୍କୁଲରେ ମୁଣ୍ଡାସାହିର ୨୦ରୁ ଅଧିକ ଶିକ୍ଷାର୍ଥୀ ଅଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ଜିଲାରେ ମଙ୍କିପକ୍ସ ନେଇ କୌଣସି ଭୟର ବାତାବରଣ ନାହିଁ। ମୁଣ୍ଡାସାହିକୁ ଦୁଇଜଣିଆ ମେଡ଼ିକାଲ ଟିମ ଯାଇ ରୋଗ ସମ୍ପର୍କରେ ପରାମର୍ଶ ଦେବା ସହ ଔଷଧ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri