ଦୁର୍ନୀତି ପଦାରେ ପଡ଼ିବା ଭୟ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ସ୍କୁଲରେ ଅନେକ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ସ୍କୁଲକୁ ଯାଇ ସତ୍ୟାସତ୍ୟ ଜାଣିବା ପରେ ଖବର ପ୍ରକାଶ କରୁଛନ୍ତି । ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୨ ଆଶ୍ରମ ସ୍କୁଲର ୩ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଅନ୍ୟ କେତେଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ସ୍କୁଲର ଏପରି ଦୁର୍ନୀତି ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ଭିତ୍ତିକରି ଗୋହିରିବାଦୁ ଆଶ୍ରମ ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନ ଛାଡିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ା
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରମାନେ ହଷ୍ଟେଲରେ ରହି ପାଠ ପଢିବା ପାଇଁ ଆନୁସଙ୍ଗିକ ସମସ୍ତ ସୁବିଧା ମାଗଣାରେ ସରକାର ଯୋଗାଇ ଦେଉଛନ୍ତି। ହେଲେ ସେସବୁ ସୁବିଧାସୁଯୋଗ ଛାତ୍ରୀଛାତ୍ରମାନେ ଯେତିକି ପାଉଛନ୍ତି ତା’ଠାରୁ ଅଧିକ ଲାଭବାନ୍‌ ହେଉଛନ୍ତି ଆଶ୍ରମ ସ୍କୁଲ ଶିକ୍ଷକ ଓ ବିଭାଗୀୟ ଅଧିକାରୀ । ହଷ୍ଟେଲ ଶୌଚାଳୟରେ ଫିନାଇଲ ପକାଇବାଠାରୁ ଆରମ୍ଭ କରି ଛାତ୍ରୀଛାତ୍ରମାନଙ୍କ ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ତେବେ ସେସବୁ ଅଭିଯୋଗକୁ ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। ଅଧିକାଂଶ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍କୁଲକୁ ଯାଇ ବିଭିନ୍ନ ସମସ୍ୟା ଓ ଅନିୟମିତତା ସଂକ୍ରାନ୍ତରେ ଖବର ପ୍ରକାଶ କରୁଥିଲେ । ଏପରି କି ଖବର ପ୍ରକାଶ ପରେ ଡିମିରିପଲି ହାଇସ୍କୁଲର ୨ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଗୋହିରିବାଦୁ ଆଶ୍ରମ ସ୍କୁଲ ଛାତ୍ରୀ ହଷ୍ଟେଲରୁ ଖଟ ସମେତ ଅନ୍ୟାନ୍ୟ ସାମଗ୍ରୀ ନିଜ ଘରକୁ ନେବା ଓ ଛାତ୍ରୀମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଘଟଣାରେ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ା ଏପରି ଘଟଣାକୁ ବିଭାଗୀୟ ଅଧିକାରୀ ଘଣ୍ଟ ଘୋଡାଇବା ଯାଇ ଖବର ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଗିଦ୍‌ କରିଥିଲେ। ଅନ୍ୟପକ୍ଷେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ଗୋହିରିବାଦୁ ସ୍କୁଲ ପ୍ରଧାନଶିକ୍ଷକ ସୁଧୀର ମହଲ କହିଛନ୍ତି ା ଗୋହିରିବାଦୁ ଆଶ୍ରମ ସ୍କୁଲରେ ନିମ୍ନମାନର ଖାଦ୍ୟ ଦେବା ସହ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଜାତିଆଣ ଭେଦଭାବ ସୃଷ୍ଟି କରାଯାଉଥିବା ନେଇ ସ୍କୁଲର ଛାତ୍ରୀଛାତ୍ରମାନେ ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ଓ ଡବ୍ଲ୍ୟୁଇଓ ଦାୟିତ୍ୱରେ ଥିବା ଜିପିଓ ସାଧୁଚରଣ ସାହୁଙ୍କୁ ଅଭିଯୋଗ କରିଥିଲେ। ସ୍କୁଲ ଛୁଟି ପୂର୍ବରୁ ଓ ପରେ କାର୍ଯ୍ୟ ଦିବସରେ ଅନୁପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇ ଖାଦ୍ୟ ଅନୁଦାନ ହଡପ ହେଉଛି । ଶିକ୍ଷକମାନଙ୍କୁ ସୁରକ୍ଷା ଦେବା ଓ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ଭିତରେ ପଶିବା ମନା କରିବା ଘଟଣାକୁ ବୁଦ୍ଧିଜୀବିମାନେ ନିନ୍ଦା କରିବା ସହ ଆଶ୍ରମ ସ୍କୁଲ ଦୁର୍ନୀତି ବିଭାଗୀୟ ଅଧିକାରୀ ଓ ଶିକ୍ଷକମାନଙ୍କ ଭାଗିଦାରୀରେ ହେଉଛି ବୋଲି ନିଜ ନାମ ଗୋପନ ରଖି ଜଣେ ଜନ ପ୍ରତିନିଧି କହିଛନ୍ତି।
ଏ ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ସ୍କୁଲର ସମସ୍ୟା ଓ ଦୁର୍ନୀତିକୁ ପ୍ରଶାସନର ଦୃଷ୍ଟିକୁ ଆଣୁଛନ୍ତି। ତେଣୁ ସେମାନେ ସ୍କୁଲ ଭିତରକୁ ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ା ଅନ୍ୟପକ୍ଷେ ବିଡିଓ ନାୟକ ଏହି ଅଭିଯୋଗର ତଦନ୍ତ କରିବାକୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଯଜ୍ଞେଶ୍ୱର ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri