କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ କରୋନା ଭୟରେ ଲୋକେ କରୋନା ଆକ୍ରାନ୍ତଙ୍କ ପ୍ରେସକ୍ରିପସନ୍‌ ଦେଖାଇ ଔଷଧ ଦୋକାନରୁ କରୋନା ଔଷଧ କିଣୁଛନ୍ତି। ଏହା ସହିତ ଭିଟାମିନ୍‌-ସି, ଭିଟାମିନ୍‌-ଡି, ଭିଟାମିନ୍‌-ଇ ସମେତ ବଜାରରେ ମିଳୁଥିବା ବିଭିନ୍ନ କାଢ଼ାର ପ୍ୟାକେଟ କିଣୁଛନ୍ତି। ବିନା ଡାକ୍ତରଙ୍କ ପରାମର୍ଶରେ ବଜାରରେ ମିଳୁଥିବା କାଢ଼ା ପିଇବା ଯୋଗୁ କେତେକଙ୍କଠାରେ ଲିଭର ସମସ୍ୟା ଏବେ ଦେଖାଦେଇଛି। କେତେକ ଭିଟାମିନ୍‌-ଡି ଅତ୍ୟଧିକ ସେବନ କରିବା ଯୋଗୁ ସେମାନଙ୍କଠାରେ ବାନ୍ତି ସମସ୍ୟା ମଧ୍ୟ ଦେଖାଦେଉଛି। କରୋନା ଆକ୍ରାନ୍ତଙ୍କ ପ୍ରେସକ୍ରିପସନ୍‌ ଦେଖାଇ ଔଷଧ ଦୋକାନରୁ କରୋନା ଔଷଧ କିଣୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି। ପ୍ରକୃତ ପକ୍ଷେ ଲୋକ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ପଡୁଛି। ମାତ୍ର ସଚେତନ ହୋଇ ସରକାରୀ ମାର୍ଗଦଶିକା ପାଳନ କରିବା ଦ୍ୱାରା କରୋନା ସହିତ ଲଢ଼େଇ ଜାରି ରଖିତ୍ବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Share