Categories: ଜାତୀୟ

ରାଫାଲକୁ ଚଢ଼େଇ ଭୟ !

ଅମ୍ବାଲା, ୨।୯: ଶତ୍ରୁ ପକ୍ଷଙ୍କର ଧ୍ୱଂସ କରିବାକୁ ସକ୍ଷମ ଥିବା ଯୁଦ୍ଧ ବିମାନ ରାଫାଲ ପାଇଁ ଚଢ଼େଇ ଏବେ ବିପଦ ପାଲଟିଛନ୍ତି। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଥିବା ରାଫାଲର ସୁରକ୍ଷା ଲାଗି ଏଠାରେ ପାରା ଅବା ଅନ୍ୟ ଚଢ଼େଇ ପାଳନ କରୁଥିବା ମାଲିକଙ୍କୁ ନୋଟିସ୍‌ ଜାରି କରିବା ପାଇଁ ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଚିଠି ଲେଖିଛନ୍ତି। ଆଇନର ଅବମାନନା କରୁଥିବା ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। କିଛି ଦିନ ତଳେ ବାୟୁସେନା ଅଧିକାରୀଙ୍କୁ ରାଫାଲର ଉଡ଼ାଣ ନେଇ ଧମକପୂର୍ଣ୍ଣ ଚିଠି ମିଳିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

Share