Posted inUncategorized

ସଂରକ୍ଷଣ ପାଇଁ ସହଯୋଗିତା

ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। କିନ୍ତୁ ମଣିଷର କାର୍ଯ୍ୟକଳାପ ଯୋଗୁ ଏବେ ବନ୍ୟପ୍ରାଣୀ ସଙ୍କଟରେ। ଏମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଆମ ସମସ୍ତଙ୍କ ହାତରେ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ପାଳନ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଚଳିତବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି, ‘ପାର୍ଟନରଶିପ୍ସ ଫର ୱାଇଲ୍‌ଡ ଲାଇଫ୍‌ କଞ୍ଜରଭେଶନ’ ଅର୍ଥାତ୍‌ ‘ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସହଯୋଗିତା’।

କୌଣସି ଜନ ବା ପ୍ରାଣୀଙ୍କ ମଙ୍ଗଳ କାମ କରିବାକୁ ଗଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ବିଶେଷକରି ଯେତେବେଳେ ବନ୍ୟପ୍ରାଣୀ ସଂରକ୍ଷଣ କଥା ଉଠେ, ସ୍ଥାନୀୟ ଅଧିବାସୀଙ୍କ ସହଭାଗିତା ଅପରିହାର୍ଯ୍ୟ ହୋଇପଡ଼େ। ବନ୍ୟପ୍ରାଣୀ ମଣିଷଙ୍କ ଖାଦ୍ୟ ଓ ବାସଗୃହ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ମଣିଷ ସେମାନଙ୍କୁ ଶତ୍ରୁ ଆଖିରେ ଦେଖିଥାଏ। ତେଣୁ ଯେ ପର୍ଯ୍ୟନ୍ତ ମଣିଷ ହୃଦୟରେ ବନ୍ୟପ୍ରାଣୀଙ୍କ ପାଇଁ ସ୍ଥାନ ମିଳି ପାରିବ ନାହିଁ, ସେ ପର୍ଯ୍ୟନ୍ତ ମଣିଷ ସେମାନଙ୍କୁ ନିଜ ଆଖ ପାଖରେ ଦେଖିବାକୁ ପସନ୍ଦ କରିବ ନାହିଁ। ଖାସ୍‌ ଏହି କାରଣ ଯୋଗୁ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଚାଲିଛି ସଂଘର୍ଷ। ଏଥିଯୋଗୁ ବନ୍ୟପ୍ରାଣୀ ସଂରକ୍ଷଣ ମଧ୍ୟ ବ୍ୟାହତ ହେଉଛି। ମଣିଷ-ବନ୍ୟପ୍ରାଣୀ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ହେଲେ ଜନ ସହଭାଗିତା ନିହାତି ଆବଶ୍ୟକ। ମିଳିତ ସହଯୋଗ ପାଇଁ ଜଣସାଧାରଣଙ୍କ ସହିତ ବନ ବିଭାଗ ଏବଂ ଅନ୍ୟ ପ୍ରଶାସନ ମଧ୍ୟ ହାତ ମିଶେଇବା ଦରକାର। ରାଜ୍ୟରେ ଅନେକ ସ୍ଥାନ ରହିଛି ଯେଉଁଠାରେ ସ୍ଥାନୀୟ ଅଧିବାସୀ, ସଂସ୍ଥା ଏବଂ ବନ ବିଭାଗର ମିଳିତ ସହଭାଗିତାରେ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଇପାରୁଛି। ଆଉ କିଛି ସ୍ଥାନ ରହିଛି, ଯେଉଁଠାରେ କେବଳ ସ୍ଥାନୀୟ ଲୋକଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ସଂରକ୍ଷଣ କରାଯାଉଛି। ହେଲେ କିଛି ସ୍ଥାନରେ ବନ ବିଭାଗ ଜନସାଧାରଣ କିମ୍ବା ସ୍ବେଚ୍ଛାସେବୀ ସଂସ୍ଥା, କାହାର ମତ ନ ଲୋଡ଼ି ନିଜେ ସଂରକ୍ଷଣ ଦାୟିତ୍ୱ ନେଇ ବିଫଳ ହେଉଛି। ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା ବୋଲି ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀଙ୍କ ସଂରକ୍ଷଣକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା-:
ପକ୍ଷୀ ସଂରକ୍ଷଣ
ରାଜ୍ୟରେ ସଫଳତମ ଜନ ଭାଗୀଦାରିରେ ବନ୍ୟପ୍ରାଣୀ ସଂରକ୍ଷଣ କଥା ଯଦି କୁହାଯିବ, ତେବେ ପ୍ରଥମରେ ମଙ୍ଗଳାଯୋଡ଼ି ଆସିବ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଅଞ୍ଚଳର ମଙ୍ଗଳାଯୋଡ଼ି ଗ୍ରାମ ନିକଟରେ ଅନେକ ଜମି ଚିଲିକାର ଲୁଣି ପାଣି ପ୍ଳାବିତ ହୋଇ ଥିବାବେଳେ ଅନେକ ଦେଶୀ ବିଦେଶୀ ଚଢ଼େଇ ଶୀତ ଦିନରେ ଏଠାକୁ ଆସିଥାନ୍ତି। ମଙ୍ଗଳାଯୋଡ଼ି ଏବଂ ତା’ର ଆଖ ପାଖ ଗାଁ ଲୋକେ ବହୁ ପରିମାଣର ପକ୍ଷୀ ଶିକାର କରୁଥିଲେ। ମାତ୍ର ସମୟକ୍ରମେ ସରକାରୀ ପ୍ରୋତ୍ସାହନ, ବନ ବିଭାଗର ଭାଗୀଦାରି ଏବଂ ସ୍ବେଚ୍ଛାସେବୀ ସଂସ୍ଥାର ସହଯୋଗିତା ଫଳରେ ପକ୍ଷୀ ଶିକାରୀଙ୍କ ମନ ପରିବର୍ତ୍ତନ ହେଲା। ସେମାନେ ଶିକାର ବଦଳରେ ପକ୍ଷୀଙ୍କୁ ସୁରକ୍ଷା ଦେଲେ ଏବଂ ପର୍ଯ୍ୟଟନର ନୂତନ ସୂର୍ଯ୍ୟ ଉଦିତ ହେଲା ମଙ୍ଗଳାଯୋଡ଼ି। ଦେଶ ତଥା ବିଦେଶରୁ ପର୍ଯ୍ୟଟକ ମଙ୍ଗଳାଯୋଡ଼ିକୁ ଆସି ଡଙ୍ଗାରେ ବୁଲିବା ସହିତ ସ୍ଥାନୀୟ ଅଧିବାସୀଙ୍କ କଟେଜରେ ରହିବା ଦ୍ୱାରା ସେମାନଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ସ୍ବଚ୍ଛଳତା ଆସି ପାରିଛି।
ଅଲିଭ୍‌ ରିଡ୍‌ଲେ
ସ୍ଥାନୀୟ ଅଧିବାସୀଙ୍କ ସହଭାଗିତା ଦ୍ୱାରା ଦ୍ୱିତୀୟ ତଥା ସବୁଠାରୁ ଅଧିକ ସଫଳ ସଂରକ୍ଷଣ ବାର୍ତ୍ତା ବହନ କରୁଛି ଅଲିଭ୍‌ ରିଡ୍‌ଲେ କଇଁଛ। ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣ ଏବଂ ସମୁଦ୍ର ତଟ ଅଞ୍ଚଳ, ପୁରୀ ଜିଲା ଅସ୍ତରଙ୍ଗର ଦେବୀ ନଦୀ ମୁହାଣ, କେନ୍ଦ୍ରାପଡ଼ା ଜିଲାର ମହାନଦୀ, ବୈତରଣୀ ଓ ଖରସ୍ରୋତା ନଦୀ ମୁହାଣ ଏବଂ ସମୁଦ୍ର ତଟ ଅଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଫେବୃୟାରୀ – ମାର୍ଚ୍ଚ ବେଳକୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି। ବନ ବିଭାଗ ତରଫରୁ ସ୍ଥାନୀୟ ଅଧିବାସୀ, ସ୍ବେଚ୍ଛାସେବୀ ସଂସ୍ଥାର ସହଭାଗିତାରେ କଇଁଛଙ୍କୁ ସୁରକ୍ଷା ଦେବା ସହିତ ଅଣ୍ଡାଗୁଡିକୁ ଫୁଟାଇବା ପାଇଁ ଅସ୍ଥାୟୀ ହ୍ୟାଚେରୀ ନିର୍ମାଣ କରାଯାଇଥାଏ। ଅଣ୍ଡା ଫୁଟିବା ପରେ ପୁଣି ସମୁଦ୍ରକୁ ଫେରିବା ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ତେଣୁ କଇଁଛଙ୍କ ମିଳନ ଋତୁରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛ ଆସୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥାଏ। ତେଣୁ ଅଲିଭ୍‌ ରିଡ୍‌ଲେଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କ ସହଭାଗିତାରେ ଚେଷ୍ଟା ଚାଲିଛି। ବିଶେଷ କରି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱ କପରେ ଅଲିଭ ରିଡ୍‌ଲେ କଇଁଛକୁ ମାସ୍କଟ ଭାବେ ବ୍ୟବହାର କରାଯାଇଛି।
କୃଷ୍ଣସାର ମୃଗ
ରାଜ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତାରେ ଆଉ ଏକ ସଫଳତମ ବନ୍ୟପ୍ରାଣୀ ସଂରକ୍ଷଣ ହେଉଛି ଗଞ୍ଜାମ ଜିଲାର ଭେଟନଈରେ ଥିବା କୃଷ୍ଣସାର ମୃଗ ବା ବ୍ଲାକ ବକ୍‌। ଭେଟନଈ – ଧଞ୍ଜିଆ ଅଞ୍ଚଳର ପ୍ରାୟ ୬୦ଟି ଗ୍ରାମ ନିକଟରେ କୃଷ୍ଣସାର ମୃଗ ଦେଖାଯାଆନ୍ତି। ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମ ଫଳରେ ଏମାନଙ୍କ ସଂରକ୍ଷଣ ତଥା ବଂଶ ବୃଦ୍ଧି ହେବା ସମ୍ଭବ ହୋଇପାରିଛି। ସରକାରୀ ସହାୟତା, ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସହଭାଗିତାର ଏହା ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ସରକାରୀ ସହଭାଗିତା ଲୋଡ଼ା
ରାଜ୍ୟରେ ଏମିତି ମଧ୍ୟ କିଛି ସ୍ଥାନ ଅଛି, ଯେଉଁଠି ବିନା ସରକାରୀ ପ୍ରୋତ୍ସାହନ ବିନା ସ୍ଥାନୀୟ ଅଧିବାସୀ ଓ ଏନ୍‌ଜିଓ ସହଭାଗିତାରେ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଉଛି। ସରକାରୀ ସହାୟତା ମିଳିଲେ ସେମାନେ ଅଧିକ ଭଲ କାମ କରିପାରନ୍ତେ ଏବଂ ସେ ସ୍ଥାନଗୁଡ଼ିକରେ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ଯଥେଷ୍ଟ ଭବିଷ୍ୟତ ରହିଛି। ଉଦାହରଣ ସ୍ବରୂପ, କଟକ ଜିଲାର ବାଙ୍କୀ ଅନ୍ତର୍ଗତ ଜାତମୁଣ୍ଡିଆ ନିକଟରେ ଥିବା ଅରାଚଣ୍ଡୀ ପାଟ ବା ଆର୍ଦ୍ରଭୂମି। ମଙ୍ଗଳାଯୋଡ଼ି ପରି ଆୟତନ ହୋଇ ନ ଥିଲେ ମଧ୍ୟ ଅରାଚଣ୍ଡୀ ପାଟକୁ ଶୀତ ଦିନରେ ହଜାର ହଜାର ବିଦେଶାଗତ ପକ୍ଷୀ ଆସିଥାନ୍ତି। ସ୍ଥାନୀୟ ମହିଳା ସମିତିର କର୍ମକର୍ତ୍ତାମାନେ ଜାତୀୟ ପୁରସ୍କାର ପ୍ରାପ୍ତ ବନ୍ୟପ୍ରାଣୀ ଟୁର ଗାଇଡ ତଥା ସ୍ଥାନୀୟ ଏକ ସଂସ୍ଥା ସେଣ୍ଟର୍‌ ଫର୍‌ ରୁରାଲ ଟୁରିଜମ୍‌ ଆଣ୍ଡ ଡେଭେଲପମେଣ୍ଟ ସମ୍ପାଦକ ଲଳିତ ମୋହନ ପଣ୍ଡାଙ୍କ ମାର୍ଗ ଦର୍ଶନରେ ପରିବ୍ରାଜକ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ପାଇଲେ ଅରାଚଣ୍ଡୀ ମଧ୍ୟ ପକ୍ଷୀଙ୍କ ପର୍ଯ୍ୟଟନ ପାଇଁ ଓଡ଼ିଶା ମାନଚିତ୍ରରେ ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ। ସେହିପରି ସୁନ୍ଦରଗଡ଼ ଜିଲାର ହେମଗିରି ରେଞ୍ଜ ଅନ୍ତର୍ଗତ କଡବାହାଲ ଗ୍ରାମରେ ସ୍ଥାନୀୟ ବାସିନ୍ଦା ହରିଣଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖାସ୍‌ କରି ସେହି ଗ୍ରାମର ଦେହୁରୀ ସାଙ୍ଗିଆ ଧାରି ସମ୍ପ୍ରଦାୟ ହରିଣ ସଂରକ୍ଷଣ ପାଇଁ ନିଜକୁ ସମର୍ପଣ କରିଛନ୍ତି। ଏଠାରେ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ, ପର୍ଯ୍ୟଟନ ସ୍ଥଳୀର ବିକାଶ ଆଦି ସହଭାଗିତା ଦ୍ୱାରା ହରିଣ ସଂରକ୍ଷଣ ସମ୍ଭବ ହେବାର ସମସ୍ତ ସୁଯୋଗ ରହିଛି। ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଏଥି ନିମନ୍ତେ ଜନସାଧାରଣଙ୍କ ସହଭାଗିତା ଉପରେ ମଙ୍ଗଳାଯୋଡ଼ି କଞ୍ଜରଭେସନ୍‌ ଟ୍ରଷ୍ଟର ଟ୍ରଷ୍ଟି ମଧୁ ବେହେରା କୁହନ୍ତି, ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ। ପ୍ରୋତ୍ସାହନ ପାଇବା ପରେ ବ୍ୟକ୍ତି ବା ସଂସ୍ଥା ଠିକ୍‌ରେ କାମ କଲେ କି ନାହିଁ ତାହା ମଧ୍ୟ କଡ଼ାକଡ଼ି ଭାବରେ ତଦାରଖ ହେବା ଜରୁରୀ।
-ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri