Posted inUncategorized

ସଂରକ୍ଷଣ ପାଇଁ ସହଯୋଗିତା

ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। କିନ୍ତୁ ମଣିଷର କାର୍ଯ୍ୟକଳାପ ଯୋଗୁ ଏବେ ବନ୍ୟପ୍ରାଣୀ ସଙ୍କଟରେ। ଏମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଆମ ସମସ୍ତଙ୍କ ହାତରେ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ପାଳନ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଚଳିତବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି, ‘ପାର୍ଟନରଶିପ୍ସ ଫର ୱାଇଲ୍‌ଡ ଲାଇଫ୍‌ କଞ୍ଜରଭେଶନ’ ଅର୍ଥାତ୍‌ ‘ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସହଯୋଗିତା’।

କୌଣସି ଜନ ବା ପ୍ରାଣୀଙ୍କ ମଙ୍ଗଳ କାମ କରିବାକୁ ଗଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ବିଶେଷକରି ଯେତେବେଳେ ବନ୍ୟପ୍ରାଣୀ ସଂରକ୍ଷଣ କଥା ଉଠେ, ସ୍ଥାନୀୟ ଅଧିବାସୀଙ୍କ ସହଭାଗିତା ଅପରିହାର୍ଯ୍ୟ ହୋଇପଡ଼େ। ବନ୍ୟପ୍ରାଣୀ ମଣିଷଙ୍କ ଖାଦ୍ୟ ଓ ବାସଗୃହ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ମଣିଷ ସେମାନଙ୍କୁ ଶତ୍ରୁ ଆଖିରେ ଦେଖିଥାଏ। ତେଣୁ ଯେ ପର୍ଯ୍ୟନ୍ତ ମଣିଷ ହୃଦୟରେ ବନ୍ୟପ୍ରାଣୀଙ୍କ ପାଇଁ ସ୍ଥାନ ମିଳି ପାରିବ ନାହିଁ, ସେ ପର୍ଯ୍ୟନ୍ତ ମଣିଷ ସେମାନଙ୍କୁ ନିଜ ଆଖ ପାଖରେ ଦେଖିବାକୁ ପସନ୍ଦ କରିବ ନାହିଁ। ଖାସ୍‌ ଏହି କାରଣ ଯୋଗୁ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଚାଲିଛି ସଂଘର୍ଷ। ଏଥିଯୋଗୁ ବନ୍ୟପ୍ରାଣୀ ସଂରକ୍ଷଣ ମଧ୍ୟ ବ୍ୟାହତ ହେଉଛି। ମଣିଷ-ବନ୍ୟପ୍ରାଣୀ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ହେଲେ ଜନ ସହଭାଗିତା ନିହାତି ଆବଶ୍ୟକ। ମିଳିତ ସହଯୋଗ ପାଇଁ ଜଣସାଧାରଣଙ୍କ ସହିତ ବନ ବିଭାଗ ଏବଂ ଅନ୍ୟ ପ୍ରଶାସନ ମଧ୍ୟ ହାତ ମିଶେଇବା ଦରକାର। ରାଜ୍ୟରେ ଅନେକ ସ୍ଥାନ ରହିଛି ଯେଉଁଠାରେ ସ୍ଥାନୀୟ ଅଧିବାସୀ, ସଂସ୍ଥା ଏବଂ ବନ ବିଭାଗର ମିଳିତ ସହଭାଗିତାରେ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଇପାରୁଛି। ଆଉ କିଛି ସ୍ଥାନ ରହିଛି, ଯେଉଁଠାରେ କେବଳ ସ୍ଥାନୀୟ ଲୋକଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ସଂରକ୍ଷଣ କରାଯାଉଛି। ହେଲେ କିଛି ସ୍ଥାନରେ ବନ ବିଭାଗ ଜନସାଧାରଣ କିମ୍ବା ସ୍ବେଚ୍ଛାସେବୀ ସଂସ୍ଥା, କାହାର ମତ ନ ଲୋଡ଼ି ନିଜେ ସଂରକ୍ଷଣ ଦାୟିତ୍ୱ ନେଇ ବିଫଳ ହେଉଛି। ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା ବୋଲି ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀଙ୍କ ସଂରକ୍ଷଣକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା-:
ପକ୍ଷୀ ସଂରକ୍ଷଣ
ରାଜ୍ୟରେ ସଫଳତମ ଜନ ଭାଗୀଦାରିରେ ବନ୍ୟପ୍ରାଣୀ ସଂରକ୍ଷଣ କଥା ଯଦି କୁହାଯିବ, ତେବେ ପ୍ରଥମରେ ମଙ୍ଗଳାଯୋଡ଼ି ଆସିବ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଅଞ୍ଚଳର ମଙ୍ଗଳାଯୋଡ଼ି ଗ୍ରାମ ନିକଟରେ ଅନେକ ଜମି ଚିଲିକାର ଲୁଣି ପାଣି ପ୍ଳାବିତ ହୋଇ ଥିବାବେଳେ ଅନେକ ଦେଶୀ ବିଦେଶୀ ଚଢ଼େଇ ଶୀତ ଦିନରେ ଏଠାକୁ ଆସିଥାନ୍ତି। ମଙ୍ଗଳାଯୋଡ଼ି ଏବଂ ତା’ର ଆଖ ପାଖ ଗାଁ ଲୋକେ ବହୁ ପରିମାଣର ପକ୍ଷୀ ଶିକାର କରୁଥିଲେ। ମାତ୍ର ସମୟକ୍ରମେ ସରକାରୀ ପ୍ରୋତ୍ସାହନ, ବନ ବିଭାଗର ଭାଗୀଦାରି ଏବଂ ସ୍ବେଚ୍ଛାସେବୀ ସଂସ୍ଥାର ସହଯୋଗିତା ଫଳରେ ପକ୍ଷୀ ଶିକାରୀଙ୍କ ମନ ପରିବର୍ତ୍ତନ ହେଲା। ସେମାନେ ଶିକାର ବଦଳରେ ପକ୍ଷୀଙ୍କୁ ସୁରକ୍ଷା ଦେଲେ ଏବଂ ପର୍ଯ୍ୟଟନର ନୂତନ ସୂର୍ଯ୍ୟ ଉଦିତ ହେଲା ମଙ୍ଗଳାଯୋଡ଼ି। ଦେଶ ତଥା ବିଦେଶରୁ ପର୍ଯ୍ୟଟକ ମଙ୍ଗଳାଯୋଡ଼ିକୁ ଆସି ଡଙ୍ଗାରେ ବୁଲିବା ସହିତ ସ୍ଥାନୀୟ ଅଧିବାସୀଙ୍କ କଟେଜରେ ରହିବା ଦ୍ୱାରା ସେମାନଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ସ୍ବଚ୍ଛଳତା ଆସି ପାରିଛି।
ଅଲିଭ୍‌ ରିଡ୍‌ଲେ
ସ୍ଥାନୀୟ ଅଧିବାସୀଙ୍କ ସହଭାଗିତା ଦ୍ୱାରା ଦ୍ୱିତୀୟ ତଥା ସବୁଠାରୁ ଅଧିକ ସଫଳ ସଂରକ୍ଷଣ ବାର୍ତ୍ତା ବହନ କରୁଛି ଅଲିଭ୍‌ ରିଡ୍‌ଲେ କଇଁଛ। ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣ ଏବଂ ସମୁଦ୍ର ତଟ ଅଞ୍ଚଳ, ପୁରୀ ଜିଲା ଅସ୍ତରଙ୍ଗର ଦେବୀ ନଦୀ ମୁହାଣ, କେନ୍ଦ୍ରାପଡ଼ା ଜିଲାର ମହାନଦୀ, ବୈତରଣୀ ଓ ଖରସ୍ରୋତା ନଦୀ ମୁହାଣ ଏବଂ ସମୁଦ୍ର ତଟ ଅଞ୍ଚଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଫେବୃୟାରୀ – ମାର୍ଚ୍ଚ ବେଳକୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି। ବନ ବିଭାଗ ତରଫରୁ ସ୍ଥାନୀୟ ଅଧିବାସୀ, ସ୍ବେଚ୍ଛାସେବୀ ସଂସ୍ଥାର ସହଭାଗିତାରେ କଇଁଛଙ୍କୁ ସୁରକ୍ଷା ଦେବା ସହିତ ଅଣ୍ଡାଗୁଡିକୁ ଫୁଟାଇବା ପାଇଁ ଅସ୍ଥାୟୀ ହ୍ୟାଚେରୀ ନିର୍ମାଣ କରାଯାଇଥାଏ। ଅଣ୍ଡା ଫୁଟିବା ପରେ ପୁଣି ସମୁଦ୍ରକୁ ଫେରିବା ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ତେଣୁ କଇଁଛଙ୍କ ମିଳନ ଋତୁରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛ ଆସୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥାଏ। ତେଣୁ ଅଲିଭ୍‌ ରିଡ୍‌ଲେଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କ ସହଭାଗିତାରେ ଚେଷ୍ଟା ଚାଲିଛି। ବିଶେଷ କରି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱ କପରେ ଅଲିଭ ରିଡ୍‌ଲେ କଇଁଛକୁ ମାସ୍କଟ ଭାବେ ବ୍ୟବହାର କରାଯାଇଛି।
କୃଷ୍ଣସାର ମୃଗ
ରାଜ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତାରେ ଆଉ ଏକ ସଫଳତମ ବନ୍ୟପ୍ରାଣୀ ସଂରକ୍ଷଣ ହେଉଛି ଗଞ୍ଜାମ ଜିଲାର ଭେଟନଈରେ ଥିବା କୃଷ୍ଣସାର ମୃଗ ବା ବ୍ଲାକ ବକ୍‌। ଭେଟନଈ – ଧଞ୍ଜିଆ ଅଞ୍ଚଳର ପ୍ରାୟ ୬୦ଟି ଗ୍ରାମ ନିକଟରେ କୃଷ୍ଣସାର ମୃଗ ଦେଖାଯାଆନ୍ତି। ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମ ଫଳରେ ଏମାନଙ୍କ ସଂରକ୍ଷଣ ତଥା ବଂଶ ବୃଦ୍ଧି ହେବା ସମ୍ଭବ ହୋଇପାରିଛି। ସରକାରୀ ସହାୟତା, ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସହଭାଗିତାର ଏହା ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।
ସରକାରୀ ସହଭାଗିତା ଲୋଡ଼ା
ରାଜ୍ୟରେ ଏମିତି ମଧ୍ୟ କିଛି ସ୍ଥାନ ଅଛି, ଯେଉଁଠି ବିନା ସରକାରୀ ପ୍ରୋତ୍ସାହନ ବିନା ସ୍ଥାନୀୟ ଅଧିବାସୀ ଓ ଏନ୍‌ଜିଓ ସହଭାଗିତାରେ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଉଛି। ସରକାରୀ ସହାୟତା ମିଳିଲେ ସେମାନେ ଅଧିକ ଭଲ କାମ କରିପାରନ୍ତେ ଏବଂ ସେ ସ୍ଥାନଗୁଡ଼ିକରେ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ଯଥେଷ୍ଟ ଭବିଷ୍ୟତ ରହିଛି। ଉଦାହରଣ ସ୍ବରୂପ, କଟକ ଜିଲାର ବାଙ୍କୀ ଅନ୍ତର୍ଗତ ଜାତମୁଣ୍ଡିଆ ନିକଟରେ ଥିବା ଅରାଚଣ୍ଡୀ ପାଟ ବା ଆର୍ଦ୍ରଭୂମି। ମଙ୍ଗଳାଯୋଡ଼ି ପରି ଆୟତନ ହୋଇ ନ ଥିଲେ ମଧ୍ୟ ଅରାଚଣ୍ଡୀ ପାଟକୁ ଶୀତ ଦିନରେ ହଜାର ହଜାର ବିଦେଶାଗତ ପକ୍ଷୀ ଆସିଥାନ୍ତି। ସ୍ଥାନୀୟ ମହିଳା ସମିତିର କର୍ମକର୍ତ୍ତାମାନେ ଜାତୀୟ ପୁରସ୍କାର ପ୍ରାପ୍ତ ବନ୍ୟପ୍ରାଣୀ ଟୁର ଗାଇଡ ତଥା ସ୍ଥାନୀୟ ଏକ ସଂସ୍ଥା ସେଣ୍ଟର୍‌ ଫର୍‌ ରୁରାଲ ଟୁରିଜମ୍‌ ଆଣ୍ଡ ଡେଭେଲପମେଣ୍ଟ ସମ୍ପାଦକ ଲଳିତ ମୋହନ ପଣ୍ଡାଙ୍କ ମାର୍ଗ ଦର୍ଶନରେ ପରିବ୍ରାଜକ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ପାଇଲେ ଅରାଚଣ୍ଡୀ ମଧ୍ୟ ପକ୍ଷୀଙ୍କ ପର୍ଯ୍ୟଟନ ପାଇଁ ଓଡ଼ିଶା ମାନଚିତ୍ରରେ ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ। ସେହିପରି ସୁନ୍ଦରଗଡ଼ ଜିଲାର ହେମଗିରି ରେଞ୍ଜ ଅନ୍ତର୍ଗତ କଡବାହାଲ ଗ୍ରାମରେ ସ୍ଥାନୀୟ ବାସିନ୍ଦା ହରିଣଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖାସ୍‌ କରି ସେହି ଗ୍ରାମର ଦେହୁରୀ ସାଙ୍ଗିଆ ଧାରି ସମ୍ପ୍ରଦାୟ ହରିଣ ସଂରକ୍ଷଣ ପାଇଁ ନିଜକୁ ସମର୍ପଣ କରିଛନ୍ତି। ଏଠାରେ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ, ପର୍ଯ୍ୟଟନ ସ୍ଥଳୀର ବିକାଶ ଆଦି ସହଭାଗିତା ଦ୍ୱାରା ହରିଣ ସଂରକ୍ଷଣ ସମ୍ଭବ ହେବାର ସମସ୍ତ ସୁଯୋଗ ରହିଛି। ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଏଥି ନିମନ୍ତେ ଜନସାଧାରଣଙ୍କ ସହଭାଗିତା ଉପରେ ମଙ୍ଗଳାଯୋଡ଼ି କଞ୍ଜରଭେସନ୍‌ ଟ୍ରଷ୍ଟର ଟ୍ରଷ୍ଟି ମଧୁ ବେହେରା କୁହନ୍ତି, ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ। ପ୍ରୋତ୍ସାହନ ପାଇବା ପରେ ବ୍ୟକ୍ତି ବା ସଂସ୍ଥା ଠିକ୍‌ରେ କାମ କଲେ କି ନାହିଁ ତାହା ମଧ୍ୟ କଡ଼ାକଡ଼ି ଭାବରେ ତଦାରଖ ହେବା ଜରୁରୀ।
-ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri