ମହାକାଳପଡ଼ା,୨୧।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିଳ ଅଭୟାରଣ୍ୟର କେତେକ ଛୋଟ ଛୋଟ ଦ୍ବୀପ ପୁଞ୍ଜ ରହିଛି । ଏହି ଦ୍ବୀପ ପୁଞ୍ଜ ଜଙ୍ଗଲରେ ଏହି ଅଂଚଳର କେତେକ ୩୦ରୁ ଅଧିକ ଜନଜାତି ସମ୍ପ୍ରଦାୟ ମାଛ କଙ୍କଡା ଧରାଳିମାନେ ଅସ୍ଥାୟୀ ଭାବେ ପଲିଥିନ ଛାମୁଣୀଆରେ ଜୀବନ ନିର୍ବାହ କରୁଛନ୍ତି । ଏମାନେ ଦାରିଦ୍ର୍ୟ ଓ ନିରକ୍ଷର ଯୋଗୁଁ ନିଜ ଗାଁ ଛାଡି ମୌସମୀ ବର୍ଷା ଆରମ୍ଭରୁ ରହି ନିକଟ ନଦୀ ସମୁଦ୍ରରୁ ମାଛ କଙ୍କଡା ଧରି ଡ଼ଙ୍ଗା ଯୋଗେ ବିକ୍ରି କରିଥାନ୍ତି ।
ଅପରପକ୍ଷରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ସଚେତନ ପାଇଁ ପ୍ରଚାର ହୋଇଥିଲେ ମଧ୍ୟ ଏମାନଙ୍କ ନିକଟରେ ଖବର ପହଞ୍ଚି ନଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ କହିଛନ୍ତି । ନଚେତ ବନ ବିଭାଗ ପକ୍ଷରୁ ଚଢ଼ାଉ ଭୟ ରହିଛି ବୋଲି କୁହାଯାଉଛି।
ଏହି ଅଂଚଳଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲଞ୍ଚଘୋଲା, ହୁକିଟୋଲା, ମାଦଳୀ, ଷୋଳ ମୁହାଣ ପ୍ରମୁଖ ଛୋଟ ଛୋଟ ଦ୍ବୀପପୁଞ୍ଜରେ ପଲିଥିନରେ ଅସ୍ଥାୟୀ ପଲିଥିନରେ ବିପଦ ସଂକୁଳ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଯଦିଓ ବାତ୍ୟା ହୁଏ ତେବେ ସମୁଦ୍ର ଜୁଆର ଏମାନଙ୍କ ଅସ୍ଥାୟୀ ପଲିଥିନ ପଲା ଭାସିଯିବ। ଫଳରେ ବାତ୍ୟା ପୂର୍ବରୁ ଏହି ମାଛ ଧରାଳି ମାନଙ୍କୁ ଉଦ୍ଧାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମାଛ କଙ୍କଡା ଧରାଳୀମାନଙ୍କ ଘର ବ୍ଲକ ଅଞ୍ଚଳ ଆଦିବାସୀ ଅଧୁଷିତ ଗାଁ ରେ ବୋଲି ଜଣାପଡିଛି ।
ଏ ସଂକ୍ତାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ଚିତ୍ରସେନ ଜେନା କହିଛନ୍ତି, ବିଭାଗ ପକ୍ଷରୁ ଉକ୍ତ ଅଂଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଛି ।
Dharitri – Odisha’s No.1 Odia Daily