Categories: ଖେଳ

ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଉପରେ ଦେଖାଦେଇଛି କଳା ବାଦଲ। ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ। ବର୍ତ୍ତମାନ କୋଭିଡ୍‌ ଆଇନରେ ପରିବର୍ତ୍ତନ କରିବା ଦରକାର ଥିବା ସେ ମତ ଦେଇଛନ୍ତି।

କୋଭିଡ୍‌-୧୯ରେ ସଂକ୍ରମିତ ଟିମ୍‌ ଇଣ୍ଡିଆର ଉଇକେଟକିପର ପନ୍ତ ଗତ ୮ ଦିନ ହେଲା ଆଇସୋଲେଶନରେ ଥିବା ରିପୋର୍ଟ ଆସିବା ପରେ ନିଜ ପ୍ରତିକ୍ର୍ରିୟା ରଖିଛନ୍ତି ଭନ। ”କୋଭିଡ୍‌ ଆଇନରେ ପରିବର୍ତ୍ତନ ଦରକାର। ନହେଲେ ‘ଦି ହଣ୍ଡ୍ରେଡ୍‌’ ଓ ଭାରତ-ଇଂଲଣ୍ଡ ସିରିଜ୍‌ ଆଶଙ୍କାରେ ଘେରି ହୋଇଯିବ। ରିଷଭ ପନ୍ତଙ୍କ ଭଳି ଆମ ଖେଳାଳି ମଧ୍ୟ ସଂକ୍ରମିତ ହୋଇପାରନ୍ତି। ବାୟୋ ବବଲ ଓ କ୍ୱାରେଣ୍ଟିନ ନିୟମରେ ପରିବର୍ତ୍ତନ ନିହାତି ଦରକାର“। ତେବେ କ୍ରିକେଟ ଦଳ ପାଇଁ ବର୍ତ୍ତମାନ ପ୍ରଚଳିତ କ୍ୱାରେଣ୍ଟିନ ନିୟମରେ କେଉଁ ପ୍ରକାର ପରବର୍ତ୍ତନ ଚାହାନ୍ତି, ତାହା ଜଣାଇ ନାହାନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ।

Share