ଆସିପାରେ ୧୦୦ ବିଲିୟନ ଡଲାରର ଏଫ୍‌ଡିଆଇ

ନୂଆଦିଲ୍ଲୀ,୨୬।୯: ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକାଶଶୀଳ ନୁହେଁ, ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଲାଗିପଡ଼ିଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ସରକାର ବିଭିନ୍ନ ବାଣିଜି୍ୟକ ନୀତିନିୟମରେ କୋହଳ ମନୋଭାବ ସହ ଅଧିକ ବିଦେଶୀ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଚଳିତ ଆର୍ଥିକବର୍ଷ (୨୦୨୨-୨୩)ରେ ୧୦୦ ବିଲିୟନ ଡଲାର ଭାରତକୁ ଆସିପାରେ ବୋଲି ଆକଳନ କରାଯାଇଛି। ବିଶେଷ କରି ବିଦେଶୀ ପୁଞ୍ଜି ସିଧାସଳଖ ନିବେଶ(ଏଫଡିଆଇ)ମାଧ୍ୟମରେ ଏହାର ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ଅର୍ଥନୀତିରେ ସୁଧାର ଓ ବାଣିଜ୍ୟ କାରବାରରେ ସହଜତା ନିୟମ କାରଣରୁ ଚଳିତ ଆର୍ଥିକ ବର୍ଷରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ଆସିପାରେ ବୋଲି ନିକଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏପରି କି ୨୦୨୧-୨୨ରେ ଦେଶ ସର୍ବାଧିକ ୮୩.୬ ବିଲିୟନ ଡଲାରର ବିଦେଶୀ ନିବେଶ ପାଇଛି ବୋଲି ସରକାର ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୦୧ ଦେଶରୁ ଏହି ଏଫଡିଆଇ ଆସିଛି।

ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ୫୭ଟି ବିଭାଗରେ ଏହି ସବୁ ପୁଞ୍ଜିନିବେଶ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ କିଛିବର୍ଷ ହେବ ଅର୍ଥନୀତିରେ ସୁଧାର ଓ ବ୍ୟାପାରରେ ସହଜତା କାରଣରୁ ଚଳିତ ଆର୍ଥିକ ବର୍ଷରେ ଭାରତ ୧୦୦ ବିଲିୟନ ଏଫଡିଆଇ ଆଣିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ସବୁଠାରୁ ସ୍ବଚ୍ଛ ଓ ଉଦାର ଅର୍ଥନୈତିକ ନିୟମ ପ୍ରଣୟନ କରିଛନ୍ତି। ଯେଉଁଠାରେ ଅଧିକାଂଶ ଏଫଡିଆଇ ସ୍ବୟଂଚାଳିତ ଭାବେ ନିବେଶ କରିପାରିବେ। ଉକ୍ତ ସୁଧାରରେ କେତେକ ଗାଇଡଲାଇନ୍ସରେ ଉଦାରବାଦୀ ନୀତି, ଅନାବଶ୍ୟକ କଡ଼ା ନିୟମର ଅନୁପାଳନକୁ କମାଇବା, ନିବେଶ ମୂଲ୍ୟ ହ୍ରାସ ଓ ଭାରତରେ ବ୍ୟାପାର ସହଜତା ବଢ଼ାଇବା ଆଦି ଉଲ୍ଲେଖ ରହିଛି ବୋଲି ମନ୍ତ୍ରଣାଳୟ ମତ ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକବର୍ଷରେ ଏପ୍ରିଲ-ଜୁନ ପିରିୟଡରେ ଏଫଡିଆଇ ୬% ହ୍ରାସ ପାଇଁ ୧୬.୬ ବିଲିୟନ ଆମେରିକୀୟ ଡଲାର ହୋଇଥିଲା। ସେହିପରି ଖେଳନା ଶିଳ୍ପରେ ଭାରତ ଅଭିବୃଦ୍ଧିକୁ ନେଇ ସୂଚନା ଦେଇ ଶିଳ୍ପ ମନ୍ତ୍ରଣାଳୟ କହିଛି, ୨୦୨୧-୨୨ରେ ଖେଳନା ଆମଦାନୀ ୭୦% ହ୍ରାସ ପାଇ ୧୧୦ ମିଲିୟନ ଆମେରିକୀୟ ଡଲାର (୮୭୭.୮କୋଟି) ହୋଇଛି। ସେହିପରି ରପ୍ତାନି ୬୧% ବୃଦ୍ଧି ହୋଇ ୩୨୬ ମିଲିୟନ ଆମେରିକୀୟ ଡଲାର ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri