ପିଲାଙ୍କ ଟିକା ଫାଇଜରକୁ ଅନୁମତି ଲାଗି ସୁପାରିସ୍‌

ଓ୍ବାଶିଂଟନ୍‌,୨୭ା୧୦: ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍‌ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ ସୁପାରିସ୍‌ କରିଛି। କିଛି ଦିନ ମଧ୍ୟରେ ଏଫ୍‌ଡିଏ ଏହି ସୁପାରିସ୍‌ ଉପରେ ମୋହର ଲଗାଇପାରେ ବୋଲି ସୂଚନା ରହିଛି। ସେହିପରି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ପରାମର୍ଶଦାତା ଗ୍ରୁପ୍‌ ଆସନ୍ତା ସପ୍ତାହରେ ନିଜର ନିଷ୍ପତ୍ତି ଜଣାଇବ। ଫାଇଜରକୁ ସ୍ବୀକୃତି ମିଳିଲେ ଆମେରିକାରେ ପ୍ରାୟ ୨.୮ କୋଟି ପିଲାଙ୍କୁ କରେନା ତଥା ଡେଲ୍‌ଟା ଭଳି ଘାତକ ଭାରିଆଣ୍ଟଠାରୁ ସୁରକ୍ଷା ମିଳିବ।

Share