Posted inଖେଳ

ଗୋଆ ଦ୍ୱିତୀୟ ଥର ଚାମ୍ପିୟନ

ଭୁବନେଶ୍ୱର,୪ା୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଡବଲ ଗୋଲ ବଳରେ ଏଫ୍‌ସି ଗୋଆ ୩-୦ ଗୋଲରେ ଜାମଶେଦପୁର ଏଫ୍‌ସିକୁ ହରାଇ ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୧୯ରେ ଚାମ୍ପିୟନ ହୋଇଥିବା ଗୋଆ ପ୍ରଥମ ଦଳଭାବେ ୨ ଥର ଟାଇଟଲ ଜିତିବାକୁ ସକ୍ଷମ ହୋଇଛି। ଡବଲ ଗୋଲ ସ୍କୋରର ବୋର୍ଜା ଗୋଞ୍ଜାଲେଜ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବିଧାୟକ ଜୟନାରାୟଣ ମିଶ୍ର, ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ସଭାପତି କଲ୍ୟାଣ ଚୌବେ, କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଗୋଆ ଦଳକୁ ଟ୍ରଫି ଓ ସ୍ବର୍ଣ୍ଣ ପଦକ ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ରନରଅପ୍‌ ଜାମଶେଦପୁର ଦଳ ରୌପ୍ୟ ପଦକ ସହିତ ୧୫ ଲକ୍ଷ ଟଙ୍କାର ପୁରସ୍କାର ଗ୍ରହଣ କରିଥିଲା। ଗୋଆର ଇକର ଗୌରୋକ୍ସେନା ଓ ବୋର୍ଜା ଗୋଞ୍ଜାଲେଜ ୪ଟି ଲେଖାଏ ଗୋଲ ଦେଇ ଯୁଗ୍ମ ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଚାମ୍ପିୟନ ହୋଇଥିବା ଗୋଆ ଦଳ ୨୦୨୫-୨୬ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ମ୍ୟାଚ ଆରମ୍ଭ ହେବାକ୍ଷଣି ଜାମଶେଦପୁର ଏଫ୍‌ସି ଆକ୍ରମଣାତ୍ମକ ଆଭିମୁଖ୍ୟ ଅବଲମ୍ବନ କରି ଗୋଲ ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଜାଭି ହର୍ନାଣ୍ଡେଜଙ୍କ ଶଟ୍‌କୁ ଗୋଆ ଗୋଲକିପର ସେଭ୍‌ କରି ଦେଇଥିଲେ। ପ୍ରତି ଆକ୍ରମଣକରି ସଫଳ ହୋଇଥିଲା ଗୋଆ। ୨୩ତମ ମିନିଟ୍‌ରେ ବୋର୍ଜା ହର୍ନାଣ୍ଡେଜ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରିଥିଲେ। ଜାମଶେଦପୁର ଏଫ୍‌ସି ଗୋଲକିପର ଆଲବିନୋ ଗୋମ୍ସ ୨ ଥର ସେଭ୍‌ କରିଥିଲେ ହେଁ ବୋର୍ଜା ଚତୁରତାର ସହ ରିବାଉଣ୍ଡ ଶଟ୍‌ ସହ ଏହାକୁ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ଗୋଆ ୧-୦ରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଜାମଶେଦପୁର ଗୋଲ ପରିଶୋଧ କରିବାକୁ ଉଦ୍ୟମରେ ଥିବାବେଳେ ୫୨ତମ ମିନିଟ୍‌ରେ ବୋର୍ଜା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଗୋଆକୁ ଡ୍ରାଇଭର ସିଟରେ ବସାଇ ଦେଇଥିଲେ। ୮୦ତମ ମିନିଟ୍‌ରେ ଡେଜାନ ଡ୍ରାଜିକ୍‌ ଆଉ ଏକ ଗୋଲ ଦେବାରୁ ଗୋଆର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri