ଅଣୁଅସ୍ତ୍ର ଦସ୍ତାବିଜ ଖୋଜୁଥିଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୩ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫ୍ଲୋରିଡ଼ା ଘରେ ସଂଘୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଗତ ସପ୍ତାହରେ ଚଢ଼ାଉ ବେଳେ ଅଣୁଅସ୍ତ୍ର ସମ୍ପର୍କିତ ଦସ୍ତାବିଜ୍‌ ଖୋଜିଥିଲା। ତେବେ ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ରିସର୍ଟରୁ ଉକ୍ତ ଦସ୍ତାବିଜ୍‌ ମିଳିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଫ୍‌ବିଆଇ ଚଢ଼ାଉ ପାଇଁ କୋର୍ଟଙ୍କ ଅନୁମତି ଥିଲା। ଉକ୍ତ ଓ୍ବାରେଣ୍ଟକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଆମେରିକା ନ୍ୟାୟ ବିଭାଗ ଗୁରୁବାର ବିଚାରପତିଙ୍କୁ କହିଛି। ତେବେ ରିପବ୍ଲିକାନ୍‌ ନେତା ଟ୍ରମ୍ପ ଉକ୍ତ ଚଢ଼ାଉକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛନ୍ତି। ୨୦୨୧ ଜାନୁୟାରୀରେ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ ଛାଡ଼ିବା ପୂର୍ବରୁ ବେଆଇନ ଭାବେ କେତେକ ରେକର୍ଡ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା।

Share