ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!

ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚଢାଉ ସମୟରେ ନ୍ୟୁକ୍ଲିୟର ତଥ୍ୟ ସହ ଅନ୍ୟ ଜିନିଷର ଖୋଳତାଡ କରାଯାଇଥିଲା । ୱାଶିଂଟନ ପୋଷ୍ଟରେ ଏ ସମ୍ପର୍କରେ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଏଫବିଆଇ ନିକଟରେ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ମାର ଏ ଲାଗୋ ଘରେ ଚଢାଉ କରିଥିଲା । ଏହି ସମୟରେ ଏଫବିଆଇ ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଭର୍ତ୍ତି ଏକ ଡଜନ ବକ୍ସ ଜବତ କରିଥିଲା । କେବଳ ସେତିକି ନୁହେଁ ଦ ନ୍ୟୁଜ ୱାକରେ ଏଫବିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କୁହାଯାଇଛି କି ଚଢାଉ ଜାଣିଶୁଣି ଏମିତି ସମୟରେ କରାଯାଇଥିଲା ଯେତେବେଳେ ଟ୍ରମ୍ପ ଘରେ ନ ଥିଲେ । ଅଧିକାରୀମାନେ କହିଛନ୍ତି, ଟ୍ରମ୍ପ ଥିବା ବେଳେ ଯାଞ୍ଚ କରାଯାଇଥିଲେ ଏଥିରେ ବାଧା ସୃଷ୍ଟି ହୋଇଥାଆନ୍ତା । ଏହାସହ ଟ୍ରମ୍ପ ଏହି ଚଢାଉକୁ ନେଇ ରାଜନୈତିକ ଲାଭ ବି ଖୋଜିଥାଆନ୍ତେ ।

Share