‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌) ଆପ୍ରାଣଚେଷ୍ଟା ଚଳାଇଛି। ଏଫ୍‌ବିଆଇର ଟପ୍‌ ୧୦ ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ୪୨ ବର୍ଷୀୟା ରୁଜା ‘ଓ୍ବାନ୍‌କଏନ୍‌’ କ୍ରିପ୍ଟୋକରେନ୍ସି ଜରିଆରେ ବହୁ ନିବେଶକଙ୍କଠାରୁ ୪ ବିଲିୟନ୍‌ ଡଲାର (୩୨,୫୮୦ କୋଟି ଟଙ୍କା) ଠକି ନେଇଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଦୁବାଇଠାରୁ ଆରମ୍ଭ କରି ଲଣ୍ଡନ୍‌ ପ୍ରତ୍ୟେକ ଧନୀ ରାଷ୍ଟ୍ରର ଇନ୍‌ଭେଷ୍ଟର କ୍ରିପ୍ଟୋ କୁଇନ୍‌ଙ୍କ ଜାଲରେ ପଡ଼ି ଠକାମିର ଶିକାର ହୋଇଛନ୍ତି। ‘ବିଟ୍‌କଏନ୍‌’ର ସଫଳତାରେ ଅନୁପ୍ରାଣିତ ହୋଇ ରୁଜା ‘ଓ୍ବାନ୍‌କଏନ୍‌’ ନାମରେ ଏକ କ୍ରିପ୍ଟୋକରେନ୍ସି ୨୦୧୬ରେ ଆରମ୍ଭ କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ‘ବିଟ୍‌କଏନ୍‌’କୁ ପଛରେ ପକାଇବା। ଇନ୍‌ଭେଷ୍ଟର୍ସଙ୍କ ବିଶ୍ୱାସଭାଜନ ହେବା ଲାଗି ରୁଜା ବିଦେଶରେ ବହୁ ସେମିନାରର ଆୟୋଜନ କରୁଥିଲେ। ତାଙ୍କ କଥାରେ ଥିବା ଯାଦୁକରି ପାଇଁ ଲୋକେ ସହଜରେ ‘ଓ୍ବାନ୍‌କଏନ୍‌’ ଉପରେ ବିଶ୍ୱାସ କରୁଥିଲେ।
‘ଓ୍ବାନ୍‌କଏନ୍‌’ ଲଞ୍ଚ୍‌ କରିବାର ୧୬ ମାସ ପରେ ପାଖାପାଖି ୪ ବିଲିୟନ୍‌ ଡଲାର ନେଇ ରୁଜା ବୁଲଗେରିଆର ସୋଫିଆରୁ ଫ୍ଲାଇଟ୍‌ ଯୋଗେ ଗ୍ରୀସ୍‌ ଯାଇଥିବା ସନ୍ଦେହ କରାଯାଉଛି। ହେଲେ ଏହାପରଠାରୁ ରୁଜା କୌଣସି ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିବାବେଳେ ତାଙ୍କ ଠିକଣା ଏଫ୍‌ବିଆଇ ଖୋଜି ବାହାର କରିପାରୁ ନାହିଁ। ରୁଜାଙ୍କୁ ଧରିବା ପାଇଁ ୟୁଏସ୍‌ ଅଥରିଟି ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଛି। ଏଫ୍‌ବିଆଇର ପଳାତକ ସୂଚୀରେ ମୋଟ ୫୨୯ଜଣଙ୍କ ନାମ ଥିବାବେଳେ ସେଥିମଧ୍ୟରୁ ୧୧ ମହିଳା ଅଛନ୍ତି। ସେହି ମହିଳାଙ୍କ ମଧ୍ୟରେ ଥିବା ରୁଜା କେବଳ ଟପ୍‌ ୧୦ରେ ଅଛନ୍ତି। ଏହାଛଡ଼ା ୟୁରୋପ ସରକାର ରୁଜାଙ୍କୁ ପଳାତକ ତାଲିକାଭୁକ୍ତ କରିଛି। ଧରା ନ ପଡ଼ିବା ଲାଗି ରୁଜା ପ୍ଲାଷ୍ଟିକ୍‌ ସର୍ଜରି କରିଥାଇ ପାରନ୍ତି ବୋଲି ଆମେରିକୀୟ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ‘ବିଟ୍‌କଏନ୍‌’ ପରି ‘ଓ୍ବାନ୍‌କଏନ୍‌’ରେ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ନ ଥିବାରୁ ନିବେଶକମାନଙ୍କୁ ତାଙ୍କ ଟଙ୍କା ଫେରି ପାଇବାର କୌଣସି ସୁଯୋଗ ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ଯେଉଁବ୍ୟକ୍ତି ରୁଜାଙ୍କ ବାବଦରେ ତଦନ୍ତକାରୀ ସଂସ୍ଥାକୁ ତଥ୍ୟ ଦେବେ ତାଙ୍କୁ ୧,୦୦,୦୦୦ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏଫ୍‌ବିଆଇ କହିଛି।
ଜର୍ମାନ ନାଗରିକ ରୁଜାଙ୍କ ଜନ୍ମ ବୁଲ୍‌ଗେରିଆରେ। ତାଙ୍କ ମା’ ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବାବେଳେ ବାପା ଇଞ୍ଜିନିୟର୍‌ । ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷା ଗ୍ରହଣ କରିଥିବା ରୁଜା ସୋଫିଆର ଏମ୍‌ସିକିନ୍‌ସେ ଆଣ୍ଡ୍‌ କମ୍ପାନୀ, ଇଣ୍ଟର ନ୍ୟାଶନାଲ ମ୍ୟାନେଜ୍‌ମେଣ୍ଟ କନ୍‌ସଲ୍ଟିଙ୍ଗ ଫାର୍ମରେ କନ୍‌ସଲ୍‌ଟାଣ୍ଟ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। କ୍ରିପ୍ଟୋ କୁଇନ୍‌ ରୁଜା ପିଲାଟିବେଳୁ ଧନୀ ହେବାର ସ୍ବପ୍ନ ଦେଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ କୋର୍ଟରୁ ଝଟ୍‌କା

ଇସଲାମାବାଦ,୬ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦ ହାଇକୋର୍ଟ(ଆଇଏଚ୍‌ସି)ରୁ ଏକ ଶକ୍ତ ଝଟ୍‌କା ଲାଗିଛି। ତୋସାଖାନା ମାମଲାରେ ଅଯୋଗ୍ୟତା ବିରୋଧରେ ଆବେଦନ ପ୍ରତ୍ୟାହାରକୁ କୋର୍ଟ...

ପାକିସ୍ତାନରେ ଭାରତର ଶତ୍ରୁ ଆଉ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା, ଅଜ୍ଞାତ ଆକ୍ରମଣକାରୀ କଲେ ହତ୍ୟା…

ଇସଲାମାବାଦ,୬।୧୨ : ପାକିସ୍ତାନରେ ଭାରତର ଅନ୍ୟତମ ଆତଙ୍କବାଦୀ ଅଦନାନ ଅହମ୍ମଦଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କରାଚିରେ ତାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା...

ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……

ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ...

ଭୋ ଭୋ କାନ୍ଦିଲେ କିମ ଜୋଙ୍ଗ ଉନ, ରୁମାଲରେ ପୋଛିଲେ ଲୁହ, ଭିଡିଓ ଭାଇରାଲ…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏହି ସମୟରେ ବହୁତ ଚିନ୍ତିତ ଅଛନ୍ତି। ନିଜର ସମସ୍ୟା ବିଷୟରେ ସେ ବର୍ତ୍ତମାନ...

ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ଆପଣଙ୍କ କାନକୁ ଶୁଭୁ ନ ଥିଲା କି: ନେତାନ୍ୟାହୁଙ୍କ ପ୍ରଶ୍ନ…

ଜେରୁଜେଲମ,୬।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ ଦକ୍ଷିଣ ଗାଜାରେ ହମାସ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ପଖାନ ୟୁନିସ ସହରର ପୂର୍ବ ଅଞ୍ଚଳରେ ଇସ୍ରାଏଲର...

ଭାରତର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ବୈଶ୍ୱିକ ହାରାହାରିର ଅଧାରୁ କମ୍‌

ଦୁବାଇ,୬ା୧୨(ପି.ଟି.):ଭାରତର ମୁଣ୍ଡପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ରେ ୫ ପ୍ରତିଶତ ବୃଦ୍ଧି ପାଇ ୨ ଟନ୍‌ରେ ପହଞ୍ଚତ୍ଥିଲେ ମଧ୍ୟ ଏହା ବୈଶ୍ୱିକ ହାରାହାରିର ୫୦ ପ୍ରତିଶତରୁ କମ୍‌...

୨୦୧୧-୨୦ରେ ଭାରତ ଅଧିକ ଉତ୍ତପ୍ତ, ଆର୍ଦ୍ର

ଦୁବାଇ,୬ା୧୨(ପି.ଟି.):ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୦୧୧ରୁ ୨୦୨୦ ଦଶନ୍ଧିରେ ଭାରତ ଅଧିକ ଉତ୍ତପ୍ତ ଓ ଆର୍ଦ୍ର ରହିଥିଲା ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ନୂଆ...

ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆମେରିକା ସରକାରଙ୍କ ବଡ ମନ୍ତବ୍ୟ, ରିପୋର୍ଟର ପ୍ରାସଙ୍ଗିତା ନାହିଁ

ନୂଆଦିଲ୍ଲୀ,୫।୧୨: ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର। ଏପରି କହିବା ସହ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri