ଅନୁକୂଳ ପାଗ ବଢ଼ାଇଛି ଅଭିବୃଦ୍ଧି ଆଶା

ଅନୁଗୋଳ ଅଫିସ, ୨୪ା୬:  ବାତ୍ୟା ୟାସ୍‌ ଯୋଗୁ ପୂର୍ବରୁ ଜମି ଭିଜିଯାଇଥିଲା। ମୌସୁମୀ ମଧ୍ୟ ନିର୍ଦ୍ଧାରିତ ସମୟରେ ଆସିଲା। କିଛିଦିନ ଧରି ଜିଲାରେ ବର୍ଷା ଲାଗିରହିଥିବାରୁ ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିଛି। ତେଣୁ କୃଷି କ୍ଷେତ୍ରରେ ଏଥର ଅଭିବୃଦ୍ଧି ଦେଖିବାକୁ ମିଳିବ ବୋଲି ଅନୁଗୋଳ ଜିଲା କୃଷି ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଜମିକୁ ଓହ୍ଲାଇବା ପୂର୍ବରୁ ଅନୁଗୋଳ ଜିଲାର ଚାଷୀମାନେ ସାଧାରଣତଃ ବିହନ ଓ ସାର ଅଭାବର ଶିକାର ହୋଇଥାନ୍ତି। କିଛି ବର୍ଷ ହେଲା ଏହି ସମସ୍ୟା ଦେଖାଦେଇ ଆସିଥିବାରୁ ଚଳିତବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ଏ ନେଇ ଆଗୁଆ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। ବିହନ ବୁଣା ହେବା ପୂର୍ବରୁ ଚାଷୀଙ୍କ ନିକଟରେ ଏହା କିପରି ପହଞ୍ଚତ୍ବ ସେ ନେଇ ବ୍ୟବସ୍ଥା କରାଯାଇଛି। ଏଥର ମୋଟ୍‌ ୨ ଲକ୍ଷ ୧୦ ହଜାର ହେକ୍ଟରରେ ଖରିଫ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୧୩ ହଜାର ୬୧୧ କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ପଡ଼ୁଛି। ଅତୀତରେ ଗୋଟିଏ ଗୋଦାମରୁ ବିହନ ଯୋଗାଣ ହେଉଥିଲା। ଫଳରେ ଏହା ଠିକ୍‌ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନ ଥିଲା। ହେଲେ ଏବର୍ଷ ପଞ୍ଚମହଲା ଓ ଗତିକୃଷ୍ଣପୁର ଗୋଦାମରୁ ୪୨ ପ୍ରକାରର ୮ ହଜାର ୫ଶହ କୁଇଣ୍ଟାଲ ବିହନ ୧୦୩ଟି ପ୍ୟାକ୍ସକୁ ପଠାଯାଇ ସାରିଛି। ଫଳରେ ଚଳିତବର୍ଷ ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳରେ ବିହନ ସମସ୍ୟା ଦେଖାଦେଇ ନାହିଁ। ବର୍ଷାବେଳେ ବିହନ ବୁଣାକୁ ନେଇ ପାଲଲହଡ଼ାର ଚାଷୀମାନେ ଯେଉଁ ଚିନ୍ତାରେ ରହୁଥିଲେ ତାହା ମଧ୍ୟ ଦେଖିବାକୁ ମିଳିନାହିଁ। କାରଣ ଏହି ବ୍ଲକ ଅଞ୍ଚଳରେ ଆଗୁଆ ବିହନ ବୁଣାଯାଇ ସାରିଛି। ଏବର ମୌସୁମୀ ବର୍ଷା କୌଣସି କ୍ଷତି କରିବ ନାହିଁ। ଗତମାସରେ ବାତ୍ୟା ୟାସ୍‌ କାରଣରୁ ଜିଲାର ଚାଷ ଜମିସବୁ ବର୍ଷାରେ ଭିଜିଯାଇଥିଲା। ମୌସୁମୀ ପୂର୍ବରୁ ଓ ଏହା ଆସିବା ପରେ ଜିଲାରେ ବର୍ଷା ହେଉଛି। ଏହା ଭଲ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଖରିଫ ଚାଷ ପାଇଁ ମୋଟ୍‌ ୧୬ ହଜାର ୫ଶହ କୁଇଣ୍ଟାଲ ସାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାର ୧୫୬ କୁଇଣ୍ଟାଲ ଉପଲବ୍ଧ ରହିଛି। ୟୁରିଆ ୨ ହଜାର ୫୦ କୁଇଣ୍ଟାଲ, ଡିଏଭି ୯୫୦ କୁଇଣ୍ଟାଲ, ଏମ୍‌ଓପି ୫୯୯ କୁଇଣ୍ଟାଲ ଓ ଅନ୍ୟ ସାର ୧୪୩୪ କୁଇଣ୍ଟାଲ ରହିଛି। ସରକାର ୫ ହଜାର ୫ଶହ କୁଇଣ୍ଟାଲ ୟୁରିଆ ଦେବେ। ଏହାବାଦ୍‌ ଆଉ ୨ ହଜାର କୁଇଣ୍ଟାଲ ସାର ଦେବାକୁ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ପତ୍ର ଲେଖାଯାଇଛି। ବିହନଠାରୁ ସାର ଯୋଗାଣ ଯାଏ କୌଣସିଥିରେ ଅଭାବ କି ଅସୁବିଧା ନ ଥିବା ବେଳେ ଅନୁକୂଳ ପାଗ ଜିଲାର ଚାଷୀଭାଇମାନଙ୍କ ନିମନ୍ତେ ଶୁଭ ସୂଚନା ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସ୍ବାଭାବିକ ବର୍ଷା ଚାଷୀଙ୍କୁ ସୁହାଇବ
ମୌସୁମୀ ପୂର୍ବରୁ ଭଲ ବର୍ଷା ହେଲା। ମୌସୁମୀ ଆସିବା ପରେ ଜିଲାର ୮ଟି ବ୍ଲକ ମଧ୍ୟରୁ କେବଳ କଣିହଁାରେ ବୃଷ୍ଟି ପରିମାଣ ସାମାନ୍ୟ କମ୍‌ ଥିଲା। ତେବେ ବୁଧବାର ଏଠାରେ ଯେଭଳି ବର୍ଷା ହୋଇଛି ତାହା ଚାଷକୁ ସୁହାଇବ। ଯଥେଷ୍ଟ ଆଗରୁ ତଳି ବୁଣାଯାଇଥିବାରୁ ଚାଷ କାର୍ଯ୍ୟ ଏଥର ଆଗେଇଯିବ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ

ସବ୍‌ସିଡିରେ ଉପକରଣ ଯୋଗାଯାଉ
ଆବଶ୍ୟକ କୃଷି ସାମଗ୍ରୀ ମିଳୁ ନ ଥିବା ଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉଚିତ୍‌ ସମୟରେ ସମସ୍ତ ଯନ୍ତ୍ରପାତି ସବ୍‌ସିଡିରେ ଯୋଗାଇ ଦିଆଯାଉ। ଏଥିସହିତ ସାର ଓ ଔଷଧ ମଧ୍ୟ ଠିକ୍‌ ସମୟରେ ଉପଲବ୍ଧ କରାଯାଉ।
-ଧନେଶ୍ୱର ସାହୁ, ଗୁଣ୍ଡୁରୀଖଳି, ଆଠମଲ୍ଲିକ

ଜଳସେଚନ ବ୍ୟବସ୍ଥା ହେଉ
ଅନେକ ସମୟରେ ଚାଷୀମାନେ ଠିକ୍‌ ବେଳେ ବିହନ ଓ ସାର ପାଉନାହାନ୍ତି। ସେହିପରି ବହୁ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। ଆବଶ୍ୟକତା ବେଳେ ଜମିକୁ ପାଣି ମାଡ଼ୁ ନ ଥିବାରୁ ଗଛ ଯେପରି ବଢ଼ିବା କଥା ତାହା ହେଉନାହିଁ। ତେଣୁ ଜଳସେଚନ ଉପରେ ଧ୍ୟାନ ଦିଆଯାଉ।
-ଦୀନବନ୍ଧୁ ପ୍ରଧାନ, କୃଷକ ନେତା, କିଶୋରନଗର

ବର୍ଷା ଉପରେ ସବୁ ନିର୍ଭର
କଣିହଁା ଅଞ୍ଚଳର ଅନେକ ଚାଷୀ ଏଯାଏ ବିହନ ବୁଣିନାହାନ୍ତି। କେତେଜଣ ତ ବର୍ତ୍ତମାନ ସୁଦ୍ଧା ଜମି ମଧ୍ୟ ପ୍ରସ୍ତୁତ କରିନାହାନ୍ତି। ବର୍ଷା ଉପରେ ସବୁକିଛି ନିର୍ଭର କରୁଛି। ଆଗାମୀ ଦିନରେ ବୃଷ୍ଟିପାତ ସ୍ବାଭାବିକ ରହିଲେ ଚାଷ ଭଲ ହେବ ବୋଲି ଆଶା କରାଯାଉଛି। ତଥାପି ଦଇବକୁ ଭରସା କରି ଜମିକୁ ଓହ୍ଲାଇବୁ।
-ଟିକନ ବୋଇତା, ମସୁଣିହତା, କଣିହଁା

ବିଲରେ ଘାସ ଆଣ୍ଠୁଏ ହେଲାଣି
ଅଖିମୁଠି ନିଆଯିବା ପୂର୍ବରୁ କୌଣସି ଚାଷୀ ବୁଣାବୁଣି କରି ନ ଥାନ୍ତି। ସେହି ସମୟରେ ବର୍ଷା ଯୋଗୁ ଜମି ଚଷିବା କଷ୍ଟକର ହୋଇପଡ଼ିଥିଲା। ରଜପର୍ବ ପରେ ଶୁଖିଲା ପାଗରେ ବୁଣା କାର୍ଯ୍ୟ ଆରମ୍ଭ କରିଥିଲୁ। ଏବେ ତଳି ବିଲରେ ଘାସ ମାଡ଼ିଗଲାଣି। ବର୍ଷା ଅଭାବରୁ ଧାନ, ସାରୁ, ମକା, ତୈଳବୀଜ ବୁଣିବା ବିଳମ୍ବ ହେଉଛି।
-ନଟବର ସାହୁ, ବଡ଼ହୀରା, କଣିହଁା


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri