Posted inଜାତୀୟ

ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ବାପା; ପୁଅ ହେଲା ଆଇଏଏସ୍‌

ଇନ୍ଦୋର, ୪।୮: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ୨୦୧୯ର ଫାଇନାଲ ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଇନ୍ଦୋରର ପ୍ରଦୀପ ସିଂ ୨୬ତମ ର଼୍ୟାଙ୍କ ହାସଲ କରିଛନ୍ତି। ପ୍ରଦୀପଙ୍କ ପିତା ପେଟ୍ରୋଲ ପମ୍ପରେ କାମ କରୁଛନ୍ତି। ଏହି ସଫଳତାରେ ପ୍ରଦୀପଙ୍କ ପରିବାର ସମେତ ସାରା ସହରରେ ଖୁସିର ଲହରି ଖେଳି ଯାଇଛି। ପ୍ରଦୀପ ପୂର୍ବରୁ ୨୦୧୮ରେ ମଧ୍ୟ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। କିନ୍ତୁ ର଼୍ୟାଙ୍କ ଭଲ ନ ଆସିବାରୁ ତାଙ୍କୁ ଇଣ୍ଡିଆନ ରେଭିନ୍ୟୁ ସର୍ଭିସରେ ନିଯୁକ୍ତି ମିଳିଥିଲା। ବର୍ତ୍ତମାନ ସେ ଇନ୍‌କମ୍‌ ଟ୍ୟାକ୍ସ ଅଫିସରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ଏହି ସଫଳତା ପାଇଁ ସମସ୍ତ ଶ୍ରେୟ ପ୍ରଦୀପ ନିଜ ବାପାଙ୍କୁ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ୨୦୧୮ରେ ପରୀକ୍ଷା ଦେଇଥିଲି। କିନ୍ତୁ ସେତେବେଳେ ମୋତେ ୯୩ ର଼୍ୟାଙ୍କ ମିଳିଥିଲା। ସେହିବର୍ଷ ୯୨ ର଼୍ୟାଙ୍କ ପର୍ଯ୍ୟନ୍ତ ପିଲାଙ୍କୁ ଆଇଏଏସ୍‌ ମିଳିଥିଲା। ଫଳରେ ଗୋଟିଏ ର଼୍ୟାଙ୍କ ଲାଗି ମୋ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ଚଳିତ ଥର ମୋତେ କିନ୍ତୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।’ ଏଠାରେ ଉଲ୍ଳେଖଯୋଗ୍ୟ ପ୍ରଦୀପଙ୍କ ବାପା ୧୯୯୧ରେ ଇନ୍ଦୋର ଆସିଥିଲେ। ଏଠାରେ ସେ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ଏହାପରେ ସେ ନିଜ ସଞ୍ଚୟରୁ ଇନ୍ଦୋରରେ ଏକ ଘର ତିଆରି କରିଥିଲେ। କିନ୍ତୁ ୨୦୧୭ରେ ପ୍ରଦୀପ ଯେତେବେଳେ ୟୁପିଏସ୍‌ସି କୋଚିଂ ନେବା ପାଇଁ ନୂଆଦିଲ୍ଲୀ ଯାଇଥିଲେ ସେହି ସମୟରେ ଅର୍ଥାଭାବ ଦେଖାଦେଇଥିଲା। ଯେଉଁଥି ପାଇଁ ତାଙ୍କ ବାପା କୋଚିଂ ଖର୍ଚ୍ଚ ଦେବା ଲାଗି ସେହି ଘରକୁ ବିକି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri