ଟଙ୍କା ଫେରାଇବା କହି ବାପାଙ୍କୁ ଯାତ୍ରା ପଡିଆକୁ ଡାକି ହାଣିଥିଲେ:  ଗଲେ ଜେଲ୍‌ 

 ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ରବିବାର ଅପରାହ୍ନରେ ପୋଷ୍ୟପୁଅ କୁନା ସାହୁ  ବୃଦ୍ଧ ବାପା ସୀମାଞ୍ଚଳ ସାହୁ(୮୦)ଙ୍କ ବେକକୁ ପେପର କଟାରେ ବ୍ୟବହୃତ ଛୁରିରେ କାଟି ହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ସୀମାଞ୍ଚଳଙ୍କ ସ୍ତ୍ରୀ ପାଣ୍ଡି ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ମାମଲା ନଂ.୯୫/୨୬ ଭାରତୀୟ ନ୍ୟାୟ ସଂହିତା  ଦଫା – ୧୦୯/୩୩୩/୧୧୫(୨)/୧୧୮(୨)/୧୧୭(୨) ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ କେ.ନୂଆଗାଁ ଥାନା ଜକର ଗ୍ରାମର କୁନାଙ୍କୁ ତଦନ୍ତକାରୀ ଅଧିକାରୀ ଆଇଆଇସି କିଶୋର କୁମାର ସାମଲ ସୁରଳ ରେଲୱେ ଷ୍ଟେଶନ ନିକଟରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକରେ ରହୁଥିବା ସୀମାଞ୍ଚଳ ନିଃସନ୍ତାନ ଥିବାରୁ କିଛି ବର୍ଷ ପୂର୍ବେ ଜକର ଗ୍ରାମରେ ରହୁଥିବା ତାଙ୍କ ସଢୁଙ୍କ ପୁଅ କୁନାଙ୍କୁ ପୋଷ୍ୟପୁଅ ଭାବେ ଆଣି ଘରେ ରଖିଥିଲେ। ମଉସା ସୀମାଞ୍ଚଳଙ୍କ ଜଳଖିଆ ଓ ମିଠା ଦୋକାନରେ କୁନା କାମ କରୁଥିଲେ। କିଛିଦିନ ପୂର୍ବେ କୁନାଙ୍କ ଭାଇ ସୀମାଞ୍ଚଳଙ୍କ ଘରେ ପହଞ୍ଚି କୁନାଙ୍କ ଉପସ୍ଥିତିରେ୧୪ ହଜାର ଟଙ୍କା ଧାର ନେଇଥିଲେ। ଟଙ୍କା ଦେଣନେଣକୁ ନେଇ ସୀମାଞ୍ଚଳଙ୍କ ସହ କୁନାଙ୍କ ପୂର୍ବରୁ ଅନେକ ଥର ବଚସା ହୋଇଥିଲା। ରବିବାର କୁନା ଫୋନ କରି ଟଙ୍କା ଫେରାଇବା ବାହାନାରେ ସୀମାଞ୍ଚଳଙ୍କୁ ଗାଁର ଯାତ୍ରା ପଡିଆକୁ ଡାକିଥିଲେ।
ସୀମାଞ୍ଚଳ ତାଙ୍କ ଝିଅ ସୁନୀତା ସହ ଯାତ୍ରା ପଡିଆକୁ ଯାଇଥିଲେ। ସେଠାରେ ଉଭୟ କୁନା ଓ ସୀମାଞ୍ଚଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୁନା ଉତ୍ତେଜିତ ହୋଇ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ସହ ଛୁରିରେ ବେକକୁ କାଟି ଦେଇଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସହାୟତାରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଫେରାର ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ତାଙ୍କୁ ସୁରଳ ରେଲୱେ ଷ୍ଟେସନ ନିକଟରୁ ଧରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ନିକଟରୁ ଛୁରି, ଫୋନ ଏବଂ ରକ୍ତ ଲାଗିଥିବା ପୋଷାକକୁ ଜବତ କରାଯାଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି। ଉତ୍ତେଜନାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri