Categories: ଜାତୀୟ

ଅଭିଯୁକ୍ତ ଫାଦର ଷ୍ଟେନ ସ୍ୱାମୀଙ୍କ ମୃତ୍ୟୁ

ମୁମ୍ବାଇ,୫ ।୭: ଭୀମା କୋରେଗାଁଓ ହିଂସ ମାମଲା ସହ ଜଡିତ ଥାଇ ଗିରଫ କରାଯାଇଥିବା ଆକ୍ଟିଭିଷ୍ଟ ଫାଦର ଷ୍ଟେନ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ନିକଟରେ ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଖବର ବମ୍ବେ ହାଇକୋର୍ଟକୁ ଜଣାଇ ଦିଆଯାଇଛି । ୮୪ ବର୍ଷୀୟ ଷ୍ଟେନ ସ୍ୱାମୀଙ୍କୁ ମେ ୩୦ ତାରିଖରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟର ଚିକିତ୍ସା ପରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବା ସହ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଏହାର କୌଣସି ସୁଫଳ ମିଳି ନ ଥିଲା । ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ଅସୁସ୍ଥ ଥିବା ସ୍ୱାମୀ ଚଳିତ ବର୍ଷ ବେଲ୍ ପାଇଁ ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ । ହେଲେ ଏନ୍‌ଆଇଏ ଏହାକୁ ବିରୋଧ କରିବାରୁ ତାଙ୍କୁ ବେଲ୍ ମିଳି ନ ଥିଲା ।

Share