ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା ଥାନା ଅଧୀନ ମୁଠାଗୁଡ଼ା ଗ୍ରାମରେ ଘଟିଥିବା ଏହି ଡବଲ୍‌ ମର୍ଡର୍‌ ମାମଲାରେ ୨୩ ଜଣ ସାକ୍ଷୀଙ୍କ ବୟାନ ଓ ୨୭ଟି ତଥ୍ୟପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ମାମଲାର ବିବରଣୀ ଅନୁଯାୟୀ, ୧୨ ଜୁନ୍‌ ୨୦୨୧ରେ ମୁଠାଗୁଡ଼ା ଗ୍ରାମର ଲୁକ ଦଳବେହେରା ଓ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହରେ କେତେଜଣ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ବଳପୂର୍ବକ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାର ପରଦିନ ମୃତକଙ୍କ ଝିଅ ଲୁଧିଆ ଦଳବେହେରା ଅଡବା ଥାନାରେ ଏତଲା ଦେଇଥିଲେ ।

ତତ୍କାଳୀନ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମାମଲାର ତଦନ୍ତ କରିଥିଲେ । ଦୀର୍ଘ ଶୁଣାଣି ପରେ ଏଡିଜେ ହର ପ୍ରସାଦ ପଟ୍ଟନାୟକ ୧୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି  ।

 

Dharitri – Odisha’s No.1 Odia Daily

Share