Categories: ଫୁରସତ

୨ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଏହି ବ୍ୟକ୍ତି

ବେଜିଂ,୪।୫: ଚାଇନାର ଏକ ପିଶାଚ ପିତା ଦୁଇ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବିଦେଶ ବୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପିଲାର ଦେଖାଶୁଣା କରିବା ପାଇଁ ରାୟ ହୋଇଥିଲା। ସବୁବେଳେ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗି ରହୁଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ପରେ ବ୍ୟକ୍ତିଜଣକ କାମ କରିବାକୁ ଅନ୍ୟ ଏକ ସହରକୁ ଚାଲିଗଲେ। ପରେ ଆସି ପୁଅକୁ ସାଥୀରେ ନେଇ ଚାଙ୍ଗୁସ ସହରରେ ଏକ ଦମ୍ପତିଙ୍କୁ ବିକି ଦେଇଥିଲେ। ପରେ ଏହି ପଇସାରେ ଗର୍ଲଫ୍ରେଣ୍ଡଙ୍କୁ ସହ ଦେଶ ଭ୍ରମଣରେ ବାହାରିପଡ଼ିଲେ।

କିଛିଦିନ ପର୍ଯ୍ୟନ୍ତ ଯେତେବେଳେ ପୁଅ ଫେରିଲେ ନାହିଁ ସେତେବେଳେ ମା’ ପୋଲିସରେ ସୂଚନା ଦେଇଥିଲେ। ପରେ ପୋଲିସ ଯାଞ୍ଚ କରି ଏହି ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଜଣକ ଦୁଇ ଝିଇଙ୍କୁ କୌଣସି ଏକ ପରିବାରକୁ ବିକି ଦେଇଥିଲେ। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।

Share