ପରଲୋକରେ ୫୪ ସନ୍ତାନର ପିତା

ଇସଲାମାବାଦ୍‌,୧୧।୧୨: ୫୪ ସନ୍ତାନ ଏବଂ ୬ ସ୍ତ୍ରୀ ଥିବା ହାଜି ଅବଦୁଲ ମଜିଦ ମେଙ୍ଗାଲଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅବଦୁଲଙ୍କୁ ପ୍ରାୟ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଡ୍ରାଇଭର ଥିଲେ। ଅବଦୁଲ ମଜିଦ ମେଙ୍ଗଲ ଆଫଗାନିସ୍ତାନକୁ ଲାଗିଥିବା ବଲୁଚିସ୍ତାନର ନୋଶକି ଜିଲାର କାଳୀ ମଙ୍ଗଲ ଗାଁର ବାସିନ୍ଦା ଥିଲେ।
ଅବଦୁଲଙ୍କର ବର୍ତ୍ତମାନ ୪୨ ସନ୍ତାନ ଏବଂ ୪ ସ୍ତ୍ରୀ ଅଛନ୍ତି। ଏଥିସହ ତାଙ୍କର ୧୨ ସନ୍ତାନ ଏବଂ ଦୁଇ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଅବଦୁଲଙ୍କ ପିଲାମାନଙ୍କ ୨୨ ପୁଅ ଏବଂ ୨୦ ଝିଅ। ଯଦି ନାତି ନାତୁଣୀ ଯୋଗ କରାଯାଏ, ତେବେ ଏହା ୧୫୦ ଜଣଙ୍କର ଏକ ସମ୍ପୂର୍ଣ୍ଣ ପରିବାର। ଅବଦୁଲ ୧୮ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିବାହ କରିଥିଲେ।
ପାକିସ୍ତାନରେ ୨୦୧୭ ଜନଗଣନା ଅବସରରେ ଅବଦୁଲ ମଜିଦ ଏବଂ ତାଙ୍କ ପରିବାର ବିଷୟରେ ସୂଚନା ସାର୍ବଜନୀନ ହୋଇଥିଲା।

Share