ଯୁବତୀଙ୍କୁ ବଳାତ୍କାର କରି ବନ୍ଧା ହେଲେ ୨ ସନ୍ତାନର ବାପା

ଆସିକା,୫ା୭(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ବୁଧବାର ଅଭିଯୁକ୍ତ ଗୌର ଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଜଣକ ବିବାହିତ ଓ ତାଙ୍କର ୨ଟି ସନ୍ତାନ ଅଛନ୍ତି। ଗୌର ଯୁବତୀଙ୍କ ସହିତ ଗତ ଜାନୁୟାରୀରୁ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଜଣକ ଯୁବତୀ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏ ନେଇ ପୀଡ଼ିତା ବୁଧବାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୩୭୨/୨୩) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଉଭୟଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତାଙ୍କ ବୟାନ ରେକର୍ଡ କରାଇଛି।