ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ ମଙ୍ଗଳବାର ବିଳମ୍ବିତ ସାରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଏଥିରେ ଡମ୍ବରୁ ସେଠୀ,କସ୍ତୁରୀ ସେଠୀ ଓ ଉଗ୍ରସେନ ସେଠୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୁଅ ଉଗ୍ରସେନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସୂଚନା ମୁତାବକ, ଉଗ୍ରସେନ ଟ୍ରାକ୍ଟର ଦ୍ୱାରା ବାଲି,ଗୋଡ଼ି ଓ ପଥର ବ୍ୟବସାୟ କରୁଛନ୍ତି। ତାଙ୍କ ସହ ନିକଟସ୍ଥ ଅନଙ୍ଗପୁର ଓ ଓଡ଼ାସିଙ୍ଗି ଗ୍ରାମର କେତେକ ବ୍ୟବସାୟୀ ନରସିଂହପୁର ଗ୍ରାମରେ ପହଞ୍ଚି ଯୁକ୍ତିତର୍କ କରିଥିଲେ। ଉଗ୍ରସେନ ଉତ୍ତେଜିତ ହୋଇ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିବାରୁ ସେମାନେ ସଂଘବଦ୍ଧ ହୋଇ ତାଙ୍କୁ ମାଡ଼ ମାରିଥିଲେ। ବାପା ଡମ୍ବରୁ ଏବଂ ମା’ କସ୍ତୁରୀ ଘଟଣାସ୍ଥଳକୁ ଯାଇ ପୁଅ ଉଗ୍ରସେନଙ୍କୁ ଉଦ୍ଧାର କରିବା ବେଳେ ଉଭୟଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଗ୍ରସେନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri