ପୁଅକୁ ହତ୍ୟା କଲେ ବାପା

ନବରଙ୍ଗପୁର,୧୧ା୭(ବି.ପ୍ର.): ନିଜର ଏକମାତ୍ର ପୁଅକୁ ହତ୍ୟା ଜଣେ ମଦ୍ୟପ ବାପା ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ଥାନା ଅନ୍ତର୍ଗତ ଗୋଡ଼ିଗାଁ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି କୃଷ୍ଣ ମାଝି(୨୫)। ଅଭିଯୁକ୍ତ ବାପା ହେଉଛନ୍ତି ମାଧବ ମାଝି। ତେବେ ଅଭିଯୁକ୍ତଙ୍କୁ ଖାତିଗୁଡ଼ା ପୋଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ବାପା ଓ ପୁଅ ମଦ୍ୟପାନ କରି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବାପା ଉତ୍‌କ୍ଷିପ୍ତ ହୋଇ ପାଖରେ ଥିବା ଠେଙ୍ଗାରେ ପୁଅର ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଖାତିଗୁଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ବାପାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।