Posted inଅପରାଧ

ଦୁଇ ଲକ୍ଷ ଟଙ୍କା ସୁପାରି ଦେଇ ପୁଅକୁ ହତ୍ୟା କଲା ବାପା

ଲକ୍ଷ୍ନୌ, ୨୬।୭: ପୁଅର ହିଂସାତ୍ମକ ଆଚରଣରେ ଅତିଷ୍ଠ ହୋଇପଡ଼ିଥିବା ବାପା ଓ ମା’ ଶେଷରେ ନେଇଥିଲେ ଏକ ଚକିତ କଲା ଭଳି ନିଷ୍ପତ୍ତି। ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇ ବାପା ଓ ମା ଶେଷରେ ପୁଅଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ଘଟିବାର ମାତ୍ର ୨ ଦିନ ପରେ ପୋଲିସ ମୃତ ଯୁବକର ବାପାଙ୍କ ସମେତ ଦୁଇ ଜଣ ସୁପାରି କିଲର୍‌ଙ୍କୁ ଗିରଫ କରିଛି। ଏଭଳି ଏକ ଅବିଶ୍ୱସନୀୟ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ହାପୁର ସହରରେ ଘଟିଛି। ଏଠାରେ ରହୁଥିବା କମଲ ଚାନ୍ଦ ତୋମାର ପେଶାରେ ଜଣେ ଅଟୋମୋବାଇଲ ମରାମତି ଦୋକାନର ମାଲିକ ଥିଲେ। କିନ୍ତୁ କମଲ ତାଙ୍କ ପୁଅ ରିଷଭର ବ୍ୟବହାରକୁ ନେଇ ବେଶ୍‌ ଚିନ୍ତିତ ରହୁଥିଲେ। ରିଷଭ ବାପା କମଲଙ୍କ ସମେତ ତାଙ୍କ ମା’ଙ୍କୁ ଦୁର୍ବ୍ୟବହାର କରିବା ସହିତ ଟଙ୍କା ମାଗି ମାଡ଼ ମାରୁଥିଲେ। ଏପରିକି ଦିନେ ଟଙ୍କା ମାଗି ତାଙ୍କ ମା’ଙ୍କ ହାତ ଭାଙ୍ଗି ଦେଇଥିଲେ। ଶେଷରେ କମଲ ଅନ୍ୟାନ୍ୟ ଉପାୟ ନ ପାଇ ତାଙ୍କର ବନ୍ଧୁ ଦୀନେଶଙ୍କୁ ଏକଥା ଜଣାଇଥିଲେ। ଉଭୟ ରିଷଭକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏଥିଲାଗି ଦୀନେଶ ୨ ଲକ୍ଷ ଟଙ୍କା ସୁପାରି ନେଇ ଆଉ ଜଣେ ଲୋକଙ୍କ ସହାୟତାରେ ରିଷଭକୁ କାର୍‌ରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଯେଉଁଠାରେ ସେମାନେ ରିଷଭକୁ ପ୍ରଚୁର ମଦ ପିଆଇ ଶେଷରେ ହତ୍ୟା କରିଥିଲେ। ତେବେ ଯେତେବେଳେ ରିଷଭର ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଓ ମା ଥାନାରେ ଅଭିଯୋଗ କରିଥିଲେ ପୋଲିସ ଉଭୟଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା। ସେମାନେ ରିଷଭର ମୃତ୍ୟୁରେ ମିୟମ୍ରାଣ ଜଣାପଡ଼ୁ ନ ଥିଲେ କି ପୋଷ୍ଟ ମର୍ଟମ ପାଇଁ କୌଣସି ଆଗ୍ରହ ଦେଖାଇ ନ ଥିଲେ। ପୋଲିସ ଉଭୟଙ୍କୁ ପଚରା ଉଚରା କରିବା ପରେ ଶେଷରେ ସେମାନେ ସତକଥା କହି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri