ଜମି ବିବାଦକୁ ନେଇ ଶ୍ୱଶୁର-ଜ୍ୱାଇଁଙ୍କୁ ହତ୍ୟା! ଟ୍ରେନ ଭିତରେ ମାରିଫିଙ୍ଗିଦେଲେ ଥିବା ସନ୍ଦେହ

କେସିଙ୍ଗା,୨୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶ୍ୱଶୁରଙ୍କୁ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ନିଜ ଘରକୁ ଟ୍ରେନ୍‌ରେ ଫେରୁଥିବା ସମୟରେ ଅଧବାଟରେ ଶଶୁର ଓ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଦୁଇ ଜଣଙ୍କ ଶବ ଅଲଗା ଅଲଗା ଷ୍ଟେଶନରୁ ମିଳିଥିବାରୁ ସନ୍ଦେହ ସୃଷ୍ଟି କରିଛି। ଜ୍ବାଇଁ ଜଣକ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଲାଇବ୍ରେରୀସିଆନ ଓ ଶୁଶ୍ୱର ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ସୂଚନା ମିଳିଛି।

କେସିଙ୍ଗା ଥାନା କିକିଆ ଗାଁର ଜ୍ବାଇଁ ସୁଦାମ ନାଏକ(୬୫) ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଶ୍ୱଶୁର ଲିଙ୍ଗରାଜ ସାହା(୮୫)ଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ହସ୍ପିଟାଲକୁ ନେଇଥିଲେ। ବିଶାଖାପାଟଣା କୋର୍ବା ଲିଙ୍କ ଟ୍ରେନ ଫେଲ ହେବା ନେଇ ଘରକୁ ଫୋନ କରି ସୂଚନା ଦେଇ ଅନ୍ୟ ଟ୍ରେନ୍‌ରେ ଆସୁଥିବା କହିଥିଲେ। କାମ ସାରି ଗତ ଗୁରବାର ରାତିରେ ଟ୍ରେନ୍‌ରେ ୨ଜଣ କେସିଙ୍ଗାକୁ ଫେରୁଥିଲେ। ଫେରୁଥିବା ସମୟରେ ଶ୍ୱଶୁର ଲିଙ୍ଗରାଜଙ୍କ ମୃତ ଶରୀର ରାୟଗଡ଼ା ଷ୍ଟେଶନ ନିକଟରେ ଓ ଜ୍ବାଇଁ ସୁଦାମ ନାଏକଙ୍କ ମୃତ ଶରୀର ଦହିଖାଲ ରେଳ ଷ୍ଟେଶନରେ ମିଳିଥିବା ଜଣାପଡିଛି।

ଲାଇନ ନିକଟରେ ମୁନିଗୁଡ଼ା ରେଳବାଇ ପୋଲିସ ଉଦ୍ଧାର କରିଛି। ରେଳବାଇ ପୋଲିସ ଜାଇଁ ସୁଦାମଙ୍କ ପର୍ସରୁ ନମ୍ବର ପାଇ ତାଙ୍କ ଘର କିକିଆକୁ ଯୋଗାଯୋଗ କରିଥିଲେ । ଖବରପାଇ ଘଟଣାସ୍ଥଳରେ ଉଭୟ ପରିବାର ଲୋକେ ପହଞ୍ଚିଥିଲେ । ଜ୍ୱାଇଁ ସୁଦାମ ଦୀର୍ଘ ଦିନ ଧରି ଶ୍ୱଶୁରକୁ ଚିକିତ୍ସା ବାବଦରେ ପ୍ରାୟ ୫.୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଲୁଥୁର ବନ୍ଧର ଜମି କିଛି ଜ୍ୱାଇଁକୁ ଦେବା ପାଇଁ ଶ୍ୱଶୁର ଲିଙ୍ଗରାଜ ସାହା ନିଷ୍ପତ୍ତି ନେଇଥିଲେ।ଏହି ଜମି ଦେବା ଘଟଣା ଜାଣିବା ପରେ ଲିଙ୍ଗରାଜର ପରିବାରର ଲୋକେ ଟିଟିଲାଗଡର କିଛି ଗୁଣ୍ଡାକୁ ନେଇ ପିଛା କରି ଟ୍ରେନ ଭିତରେ ଛୁରିଭୁସି ସୁପରିକଳ୍ପିତ ହତ୍ୟାକାଣ୍ଡ କରିଥିବାର ପରିବାର ଲୋକେ ସନ୍ଦେହ ଅଭିଯୋଗ କରିଛନ୍ତି। ରାୟଗଡ଼ା ଓ ମୁନିଗୁଡ଼ାରେ ଶବ ବ୍ୟବଚ୍ଛେଦ ଉଭୟ ଶବ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ରେଳବାଇ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି । ଅବସରପ୍ରାପ୍ତ ଲାଇବ୍ରେରୀସିଆନ ସୁଦାମଙ୍କ ଗୋଟିଏ ପୁଅ ,ଝିଅ ଓ ସ୍ତ୍ରୀ ଅଛନ୍ତି।ଏହି ଦୁଃଖଦ ଖବର ଶୁଣିଲା ପରେ ସମଗ୍ର କଳାହାଣ୍ଡି ଓ ଟିଟିଲାଗଡ ଅଞ୍ଚଳରେ ଛାଞ୍ଚଲ୍ୟ ଖେଳିଯାଇଛି ।

 

Dharitri – Odisha’s No.1 Odia Daily