Categories: ଜାତୀୟ

ନାବାଳିକାଙ୍କ ବଳାତ୍କାର ପାଇଁ ବାପାଙ୍କୁ ମୃତ୍ୟୁଦଣ୍ଡ

ବାହରିଚ୍‌, ୨୩।୧୧: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀସାବ୍ୟସ୍ତ ଜଣେ ୪୦ ବର୍ଷୀୟ ବାପାଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡାଦେଶ ମିଳିଛି। ଏଥିସହିତ ଅତିରିକ୍ତ ସେସନ୍ସ ଜଜ୍‌ ନିତୀନ କୁମାର ପାଣ୍ଡେ ତାଙ୍କୁ ୫୧,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲା ଦାଏର ହେବାର ୩ ମାସ ମଧ୍ୟରେ ଦଣ୍ଡବିଧାନ କରାଯାଇଛି। ପୀଡ଼ିତାଙ୍କ ମା’ ଗତ ଅଗଷ୍ଟ ୨୫ରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବାପା ତାଙ୍କ ୧୪ ବର୍ଷର ଝିଅକୁ ବିବାହ କରିଥିଲେ। କିଛିଦିନ ପରେ ସେ ଝିଅକୁ ଘରକୁ ଫେରାଇ ଆଣି ୨ ବର୍ଷ ହେଲା ବଳାତ୍କାର କରୁଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।

Share