କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ

ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି । କରୋନାରେ ପିତାଙ୍କ ଦେହାନ୍ତ ହେବା ପରେ ଯୁବତୀ ଜଣକ ନିଜ ପିତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏବେ ଏହି ପ୍ରତିମୂର୍ତ୍ତି ସାମ୍ନାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଜଲଗାଁଓ ଜିଲାର ପାଚୋରାରେ ପ୍ରିୟଙ୍କାଙ୍କ ବିବାହ ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରିୟଙ୍କା ତାଙ୍କ ମୃତ ପିତା ଭାଗବତ ପାଟିଲଙ୍କ ମୂର୍ତ୍ତି ସାମ୍ନାରେ ବିବାହ କାର୍ଯ୍ୟ ସମାପନ କରିଛନ୍ତି । ବିବାହ ସମୟରେ ଏମିତି ଲାଗୁଥିଲା ଯେମିତି ତାଙ୍କ ପିତା ସାମ୍ନାରେ ବସି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେଥିପାଇଁ ବିବାହ ପୂର୍ବରୁ ସେ ପିତାଙ୍କ ମୂର୍ତ୍ତି ତିଆରି କରିଦେଇଥିଲେ । ପ୍ରିୟଙ୍କାଙ୍କ ପିତା ଜଣେ ସେନା ଥିବା ବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରିୟଙ୍କା ୪ ଭଉଣୀ ହୋଇଥିବା ବେଳେ ସେ ତୃତୀୟ ନମ୍ବର ।

Share