ମହୁମାଛି ଆକ୍ରମଣରେ ବାପ ଝିଅଙ୍କ ଜୀବନଗଲା

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର।
ସୂଚନାଯୋଗ୍ୟ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାଂଶବାହାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ରବିବାର ରାତିରେ ଆଇଜିଏଚ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଝିଅଙ୍କର ମୃତ୍ୟୁ ଘଟିଛି।