ହାତୀ ଆକ୍ରମଣରେ ବାପା ପୁଅ ଆହତ

ଭଞ୍ଜନଗର,୧୩।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସି ରେଞ୍ଜ ଅନ୍ତର୍ଗତ ତିନିଚକିଆ ଜଙ୍ଗଲରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ବାପ ପୁଅ ଆହତ ହୋଇଛନ୍ତି। ସେମାନେ ହେଲେ ଦଲକର ସୁରେନ୍ଦ୍ର ରାଉତ ଓ ତାଙ୍କ ପୁଅ ଶୁଭମ। ଖବର ପାଇ ରେଞ୍ଜର ଆଶାଲତା ଦିଗାଲ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛନ୍ତି।