ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ ପଡୋଶୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜଣେ ଗୁରୁତର ହୋଇ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦ୍ବୟକୁ ଜବତ କରିବା ସହିତ ଅଭିଯୁକ୍ତ ମଂଟୁ ପାତ୍ରକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ମୃତକ ଦ୍ବୟ ହେଲେ ଅଭିଯୁକ୍ତର ବାପା ପ୍ରଫୁଲ୍ଲ ପାତ୍ର ଓ ଗଣେଶ୍ବର ପାତ୍ର ।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ମଂଟୁ କୌଣସି କାରଣକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲା । ଏକ ଧାରୁଆ ଅସ୍ତ୍ରରେ ବାପା ପ୍ରଫୁଲ୍ଲ ପାତ୍ରକୁ ହାଣିଥିଲେ । ଏହି ଘଟଣାକୁ ପଡୋଶୀ ଗଣେଶ୍ବର ପାତ୍ର ଦେଖି ଦେବାରୁ ତାକୁ ମଧ୍ୟ ହାଣି ହତ୍ୟା କରିଥିଲେ। ତେବେ ଏହାକୁ ବିରୋଧ କରିବାକୁ ଯାଇଥିବା ଗଣେଶ୍ବରଙ୍କ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଫୁଲ୍ଲ ଓ ଗଣେଶ୍ବର ଦୁହେଁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏଭଳି ଲୋମହର୍ଷଣ ଘଟଣାକୁ ନେଇ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଆକ୍ରମଣକାରୀକୁ ଗ୍ରାମବାସୀ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ତେବେ ଅଭିଯୁକ୍ତ ଜଣକ ମାନସିକ ବିକୃତି ଥିବାରୁ ଏଭଳି ଘଟଣା ଘଟିଛି ବୋଲି ଅଂଚଳରେ ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri