Categories: ଜାତୀୟ

ଯୌତୁକରେ ମଇଁଷି ନ ମିଳିବାରୁ ମହିଳାଙ୍କୁ ପିଟିପିଟି ମାରିଦେଲେ

ଫତେହପୁର,୧୩।୧୧: ୟୁପିର ଫତେହପୁର ଜିଲାରେ ଯୌତୁକ ଲୋଭରେ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିପିଟି ମାରିଦେଇଛନ୍ତି। ଯୌତୁକରେ ମଇଁଷି, ମୁଦି ଏବଂ ଟଙ୍କା ନ ଆଣିବାରୁ ଏଭଳି ଘଟଣା ଘଟିଛି। ମୃତ ମହିଳାଙ୍କ ମାତାପିତାଙ୍କ ଅଭିଯୋଗୁ ପରେ ପୋଲିସ ସ୍ବାମୀ, ଶାଶୁ, ଭାଉଜଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଜିଲାର କଲ୍ୟାଣପୁର ପୋଲିସ ଷ୍ଟେଶନ ଅଧୀନରେ ଥିବା ମମରାଜପୁର ଗାଁର ଅଟେ।
ମୃତକଙ୍କ ମା’ କହିଛନ୍ତି ଯେ, ସେ ତାଙ୍କ ଝିଅ ଉଷାଙ୍କୁ ୧୫ ଜୁନ ୨୦୨୦ରେ ମମରାଜପୁର ଗାଁର ବାସିନ୍ଦା କମଲେଶ କୁମାରଙ୍କ ସହ ବିବାହ କରାଇଥିଲେ। ସେ ତାଙ୍କ ସ୍ଥିତି ଅନୁଯାୟୀ ଯୌତୁକ ଦେଇ ଝିଅକୁ ବିବାହ ଦେଇଥିଲେ। ବିବାହର କିଛି ଦିନ ପରେ ଶାଶୁଘର ମଇଁଷି, ମୁଦି ଏବଂ ନଗଦ ଟଙ୍କା ମାଗିଥିଲେ। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଯୌତୁକ ଚାହିଦା ପୂରଣ ହୋଇପାରିଲା ନାହିଁ। ଏଥିପାଇଁ ମୋ ଝିଅକୁ ଶାଶୁଘର ଲୋକେ ପ୍ରତିଦିନ ମାଡ ମାରୁଥିଲେ ଏବଂ ନିର୍ଯାତନା ଦେଉଥିଲେ। ଘଟଣାଦିନ ସକାଳେ ଝିଅ ଫେଶନ କରି କହିଥିଲେ ମନେ ଏଠୁ ନେଇଯାଆ, ନଚେତ୍‌ ମୋତେ ମାରିଦେବେ। ଏହା ପରେ ଫୋନ କଟିଯାଇଥିଲା। ସାରେ ଝିଅର ମୃତ୍ୟୁ ଖବର ଆସିଥିଲା।

Share