ଭୋଟବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ

ଝାରସୁଗୁଡ଼ା ଅଫିସ,୧୯ା୨: ଝାରସୁଗୁଡ଼ା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ୮୫.୧୪ ପ୍ରତିଶତ ରହିଛି। କୋଲାବିରା ବ୍ଲକ୍‌ରେ ୮୭,୬୯% ରହିଥିବାବେଳେ ଲଖନପୁର ବ୍ଲକ୍‌ରେ ୮୨.୫୯% ରହିଛି। ନିର୍ବାଚନ ଶେଷ ହେବାପରେ ଭୋଟ୍‌ବାକ୍ସ ଷ୍ଟ୍ରଙ୍ଗରୁମ୍‌ରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲାର ୨୦୪୪ଜଣ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଏହିସବୁ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦହୋଇ ରହିଛି।