ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର ଆହତ

ବାଲେଶ୍ୱର ଅଫିସ,୭।୧୧: ବାଲେଶ୍ୱର ଜିଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ମହିଳା ଆହତ ହୋଇଛନ୍ତି। ବାଲେଶ୍ୱର ଜିଲା ସୋର ସିମୁଳିଆ ପଶ୍ଚିମବଙ୍ଗରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିବା ଏକ ସ୍କର୍ପିଓ ସହିତ ତେଲ ବୋଝେଇ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟ ହୋଇଛି l ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଭୋର ସମୟ ରେ ଡ୍ରାଇଭରଙ୍କ ନିଦ ଲାଗିଥିବା ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକ ରଖିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।