ଟିଟିଲାଗଡ଼ ରାସ୍ତାର ମର୍ମନ୍ତୁଦ ଦୁର୍ଘଟଣା: ହଠାତ୍‌ ଗଛକୁ ପିଟିଲା କାର

ବଲାଙ୍ଗୀର,୨୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରାସ୍ତାର ନାଇକେନଶିରା ଛକ ବୁଲାଣି ଛକ ନିକଟରେ ରବିବାରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏକ କାର ଦ୍ରୁତଗତିରେ ରାସ୍ତାରେ ଆସୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିରାଟ ଲିମ୍ବ ଗଛକୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା ମିଳିଛି।
ଦୁର୍ଘଟଣାରେ କାରଟି ପୁରାପୁରି ଚୁରମାର ହୋଇଯାଇଥିବା ବେଳେ, ଗାଡ଼ିରେ ଥିବା ୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅତ୍ୟଧିକ ସ୍ପିଡ ଯୋଗୁ ବୁଲାଣି ରାସ୍ତାରେ ନିୟନ୍ତ୍ରଣ ହାରାଇ ଏହି ଦୁର୍ଘଟଣାର ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Share